୩୬ ବର୍ଷ ପରେ ପୁଣି ବଦଳିବ କୋକା କୋଲାର ସ୍ୱାଦ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଆପଣ କୋକା କୋଲା ର ଜଣେ ବଡ଼ ପ୍ରଶଂସକ ଅଟନ୍ତି କି ତେବେ ଜାଣି ରଖନ୍ତୁ ଯେ ଖୁବ୍‌ ଶୀଘ୍ର ଏହାର ରୂପ ଓ ସ୍ୱାଦରେ ପରିବର୍ତ୍ତନ ହେବାକୁ ଯାଉଛି। କୋକା କୋଲାର ପୁରୁଣା ରେସିପିରେ କିଛି ନୂଆପଣ ଆଣିବାକୁ ପ୍ରସ୍ତୁତ ହେଉଛି କମ୍ପାନି। ଶେଷ ଥର ପାଇଁ କମ୍ପାନୀ ୧୯୮୫ରେ ଏହାର ସୋଡାର ସ୍ୱାଦ ବଦଳାଇଥିଲା।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, କୋକା କୋଲା କମ୍ପାନୀ ମଙ୍ଗଳବାର ଦିନ ଘୋଷଣା କରିଛି ଯେ କୁବ୍‌ ଶୀଘ୍ର ସେ କୋକା କୋଲାର ସ୍ୱାଦ ଓ ରୂପରେ ପରିବର୍ତ୍ତନ ଆଣିବ। କୋକାକୋଲା ଜିରୋ ସୁଗାର, ଯାହା କୋକ୍ ଜିରୋ ଭାବରେ ଜଣାଶୁଣା। ନିୟମିତ କୋକ୍ ଠାରୁ ଏହାର ସ୍ୱାଦକୁ ଆହୁରି ଅଧିକ ସୁଆଦିଆ କରିବା ଲାଗି ଏହି ବ୍ୟାପକ ପ୍ରସ୍ତୁତି କରାଯାଉଥିବା କହିଛି କମ୍ପାନି। ତେବେ କୋକା କୋଲାର ଲୁକ୍‌ ମଧ୍ୟ ବଦଳିବ।

କୋକ୍‌ର ନୂଆ ସଂସ୍କରଣ ଆମେରିକାରେ ଚଳିତ ମାସରେ ଆରମ୍ଭ ହେବ ଏବଂ ସେପ୍ଟେମ୍ବରରେ କାନାଡାକୁ ଆସିବ।

Leave a Reply

Your email address will not be published. Required fields are marked *