ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲା ଟ୍ବିଟର

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ (@MVenkaiahNaidu) ରୁ ଟ୍ୱିଟର ପକ୍ଷରୁ ଶନିବାର ଦିନ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା। ହେଲେ କିଛି ଘଣ୍ଟା ମଧ୍ୟରେ ଟ୍ୱିଟର ପୁଣି ବ୍ଲୁ ଟିକ୍ କୁ ରିଷ୍ଟୋର୍ କରିଥିଲା।

କମ୍ପାନୀର ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଆକାଉଣ୍ଟ ଆକ୍ଟିଭ୍ ହେଉନଥିବାରୁ କମ୍ପାନୀର ଭେରିଫିକେସନ୍ ପଲିସି ଅଧୀନରେ ଏହି ପଦକ୍ଷେପ ନିଆଯାଇଥିଲା।

ନାଇଡୁଙ୍କ ବ୍ୟାଜ ହଟାଇବା ପରେ ଟ୍ୱିଟର ୟୁଜର୍ସ ଏବଂ ବିଜେପି ସମର୍ଥକମାନଙ୍କ ଟାର୍ଗେଟରେ ଆସିଥିଲା। କେହି କେହି ଏହାକୁ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ପାଇଁ ଏକ ଅପମାନ ସଦୃଶ୍ୟ କହୁଥିବା ବେଳେ ଆଉ କେହି କେହି ଟ୍ୱିଟରର ପକ୍ଷପାତିତା ବୋଲି ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *