ସଂଘର୍ଷ ପରେ ସୀମାରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ବାୟୁ ସେନା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରେ ଭାରତ-ଚାଇନା ସଂଘର୍ଷ ପରେ ଆକାଶମାର୍ଗରେ ଶକ୍ତି ପ୍ରଦର୍ଶନ କରିଛି ଭାରତ। ଭାରତ-ଚାଇନା ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ପ୍ରକାର ସମରାଭ୍ୟାସ କରାଯାଇଛି । ବାୟୁସେନାର ପୂର୍ବାଞ୍ଚଳ ଏୟାର କମାଣ୍ଡ ପକ୍ଷରୁ ତାର ନୂଆ କ୍ର୍ୟୁମାନଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଏକ ଅଭ୍ୟାସଗତ ଉଡ଼ାଣ କରିଥିଲା।

ତେବେ ନିକଟରେ ତୱାଙ୍ଗରେ ଦୁଇ ଦେଶ ମଧ୍ୟରେ ଘଟିଥିବା ସଂଘର୍ଷ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି। ଉଭୟ ଗୁରୁବାରର ଏବଂ ଶୁକ୍ରବାର ଦୁଇଦିନ ଧରି ଏହି ତାଲମି କାର୍ଯ୍ୟକ୍ରମ ହୋଇଥିବା ଭାରତ ପକ୍ଷରୁ କୁହାଯାଇଛି। କିନ୍ତୁ ଗତ କିଛି ଦିନ ହେଲା ବାୟୁସେନା ପକ୍ଷରୁ ଫାଇଟର ଜେଟ ଗୁଡ଼ିକ ଦିନକୁ ଦୁଇଥର ଚକ୍କର କାଟୁଥିବା ଜଣାପଡ଼ିଛି। ତେବେ ତୱାଙ୍ଗରେ ସୀମାରେ ଘଟିଥିବା ମୁହାମୁହିଁ ପରିସ୍ଥିତିକୁ ନେଇ ଏହି କାର୍ଯ୍ୟକ୍ରମର କୌଣସି ସମ୍ପର୍କ ନାହିଁ ବୋଲି ଭାରତୀୟ ବାୟୁ ସେନା ପକ୍ଷରୁ କୁହାଯାଇଛି। ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚାଇନାର ବାୟୁସେନାର ଯୁଦ୍ଧ ଜାହାଜ ଚକ୍କର କାଟିବା ପରେ ଭାରତ ପକ୍ଷରୁ ସମାନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି।

ଗତ କିଛି ସପ୍ତାହ ହେବ ସୀମାରେ ଭାରତୀୟ ବାହୁସେନା ପକ୍ଷରୁ କମ୍ବାଟ ଏୟାର ପାଟ୍ରୋଲିଂ କରାଯାଉଛି ଏହା ଦ୍ୱାରା ଚାଇନିଜ୍‌ ବାୟୁସେନାର ଗତିବିଧି ଉପରେ କଡ଼ା ନଜର ରଖିଛି ଭାରତୀୟ ବାୟୁ ସେନା। ଭାରତ-ଚାଇନା ସଂଘର୍ଷକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଉତ୍ତର ମଧ୍ୟ ରଖିଛନ୍ତି। ଗତ ଡିସେମ୍ବର ୯ ତାରିଖରେ ଚାଇନା ଏଲଓସିରେ ଅନୁପ୍ରବେଶ ପାଇଁ ଯେଉଁ ଉଦ୍ୟମ କରିଥିଲା ତାକୁ ଭାରତୀୟ ସେନା ଏଡ଼ାଇ ଦେଇ ପାରିଛି। ଚାଇନାକୁ କଡ଼ା ଜବାବ ମଧ୍ୟ ଦେଇଛି ଭାରତ। ଭାରତୀୟ ସେନା ପକ୍ଷରୁ ବାଡ଼ି ଓ ଅନ୍ୟ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଜବାବ ଦିଆଯାଇଛି।

କିନ୍ତୁ କୌଣସି ବନ୍ଧୁକ ବ୍ୟବହାର କରାଯାଇ ନାହିଁ। ଏହି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି। ଚାଇନା କହିଛି ଯେ, ଭାରତ ବେଆଇନ ଭାବେ ବିବାଦୀୟ ସୀମା ଅଞ୍ଚଳକୁ ଅତିକ୍ରମ କରିଥିଲା। ସେଠାରେ ଚାଇନା ପକ୍ଷରୁ ନିୟମିତ ଚାଲୁଥିବା ପାଟ୍ରୋଲିଂକୁ ଭାରତୀୟ ସେନା ବାଧାସୃଷ୍ଟି କରିବା ପାଇଁ ଉଦ୍ୟମ କରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା।

ସେହିପରି ଜୁନ୍‌ ୨୦୨୨ରେ ଲଦାଖର ଗଲୱାନରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହେବା ପରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଅଗଷ୍ଟରେ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ଅନୁରୂପ ମୁଥ ମରାମରି ହୋଇଥିଲା। ସାମରିକ ପ୍ରୋଟୋକଲ୍‌ ଅନୁଯାୟୀ ଯବାନମାନେ ଆପୋସ ବୁଝାମଣାରେ ଏହାର ସମାଧାନ କରିଥିଲେ। ଦୁଇଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ରହିଛି।

Leave a Reply

Your email address will not be published. Required fields are marked *