ଏମ୍ସ ଭୁବନେଶ୍ୱରରେ ବିଶ୍ୱ ହାତଧୁଆ ଦିବସ ପାଳନ ସଂକ୍ରମଣ ନିରାକରଣ ଏବଂ ନିୟନ୍ତ୍ରଣରେ ହାତଧୁଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

Top Storise ରାଜ୍ୟ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଆଜି ବିଶ୍ୱ ହାତଧୁଆ ଦିବସ ପାଲିତ ହୋଇଯାଇଛି। ଡାକ୍ତରଖାନା ସଂକ୍ରମଣ ନିୟନ୍ତ୍ରଣ କମିଟି ଏବଂ ଏମ୍ସ ଭୁବନେଶ୍ୱର ଗୁଣାତ୍ମକ ପରିଷଦର ସଦସ୍ୟଙ୍କ ସହ ମେଡିକାଲ୍ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ନର୍ସିଂ ଅଫିସର, ବରିଷ୍ଠ ଅଧିକାରୀ, ସ୍ଵଛତା କର୍ମଚାରୀ ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ। ସଂକ୍ରମଣ ନିରାକରଣ ଏବଂ ନିୟନ୍ତ୍ରଣରେ ହାତଧୁଆର ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମତପ୍ରକାଶ ପାଇଥିଲା। ବିଶେଷକରି କୋଭିଡ ମହାମାରୀ ଆମ୍ଭମାନଙ୍କୁ ହାତଧୁଆର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଛି।


ଏମ୍ସ ଭୁବନେଶ୍ୱର ସଂକ୍ରମଣ ନିୟନ୍ତ୍ରଣ ଅଧିକାରୀ ଡ. ବିଜିୟିନି ବେହେରା ଏହି ସମାବେଶକୁ ସମ୍ବୋଧିତ କରିଥିଲେ।
ହାତଧୁଆ ସମ୍ପର୍କରେ ଅଧିକ ଜାଗରୁକତା ଆଣିବା ଏବଂ ସଚେତନତା ସୃଷ୍ଟି ନିମନ୍ତେ କାର୍ଯ୍ୟକ୍ରମ ଅବସରରେ ଏକ ସେଲଫି ପଏଣ୍ଟର ବ୍ୟବସ୍ଥା ହୋଇଥିଲା। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେହିପରି ଏକ ଦସ୍ତଖତ ଅଭିଯାନ ବୋର୍ଡ ମାଧ୍ୟମରେ ସମସ୍ତେ ସ୍ଵଛତା ଏବଂ ହାତଧୁଆକୁ ନେଇ ମତ ରଖିଥିଲେ।


ସଂକ୍ରମଣ ନିୟନ୍ତ୍ରଣ ନର୍ସିଂ ଦଳ ଏବଂ ସହକାରୀ ନର୍ସିଂ ଅଧିକାରୀ ମାନେ ହାତ ଧୋଇବା ପଦକ୍ଷେପର ବାର୍ତ୍ତା ସହିତ ଏକ ସଚେତନତାଧର୍ମୀ ନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ୱାର୍ଡ, ଆଇସିୟୁ ଏବଂ ହସ୍ପିଟାଲର ଅନ୍ୟାନ୍ୟ ସ୍ଥାନରେ ସଂକ୍ରମଣ ନିୟନ୍ତ୍ରଣ ନର୍ସିଂ ଅଧିକାରୀଙ୍କ ଦ୍ୱାରା ହ୍ୟାଣ୍ଡ ହାଇଜିନ୍ ବ୍ୟାଜ୍ ବଣ୍ଟନ ଏବଂ ସଚେତନତା ବାର୍ତ୍ତା ପ୍ରଦାନ ଅଭିଯାନ ହାତକୁ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *