ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସୂଚନା । ଯାତ୍ରୀମାନଙ୍କ ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି। ଏବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଲଗେଜର ସୀମା ସ୍ଥିର ହେବ। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଲଗେଜ ବହନ କଲେ ଯାତ୍ରୀମାନଙ୍କୁ ଜରିମାନା ଦେବାକୁ ପଡିବ।
ଏୟାରପୋର୍ଟ ଭଳି ଷ୍ଟେସନରେ ବି ଏବେ ଓଜନ ହେବ ଯାତ୍ରୀଙ୍କ ବ୍ୟାଗେଜ।
ଯେପରି ବିମାନରେ ଅଧିକ ସାମାନ ନେଲେ ଟଙ୍କା ଦେବାକୁ ପଡେ, ସେହିପରି ଟ୍ରେନ୍ ବି ଲିମିଟ୍ରୁ ଅଧିକ ବ୍ୟାଗ୍ ନେଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ରେଲୱେ ଲଗେଜ ପରିବହନ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛି। ଏଥିପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଲଗାଯିବ। ଉତ୍ତରପ୍ରଦେଶର ପ୍ରୟାଗରାଜ, କାନପୁର, ମିର୍ଜାପୁର ଓ ଆଲିଗଡ଼ ଆଦି କିଛି ପ୍ରମୁଖ ରେଳ ଷ୍ଟେସନରେ ପ୍ରଥମ ପର୍ଯ୍ୟାୟରେ ଲାଗୁ ହେବ ଏହି ବ୍ୟବସ୍ଥା।
ନିୟମ ଅନୁଯାୟୀ, ବିଭିନ୍ନ ବର୍ଗର ଯାତ୍ରା ପାଇଁ ଭିନ୍ନ ଭିନ୍ନ ଲିମିଟ ରହିବ । ପ୍ରଥମ ଶ୍ରେଣୀ ଏସି କୋଚରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ୭୦ କେଜି ପର୍ଯ୍ୟନ୍ତ ଲଗେଜ ନେବାକୁ ଅନୁମତି ଦିଆଯିବ । ଏସି ଦ୍ୱିତୀୟ ଶ୍ରେଣୀ ଯାତ୍ରୀଙ୍କ ପାଇଁ ୫୦ କେଜି ଏବଂ ତୃତୀୟ ଏସି ଏବଂ ସ୍ଲିପର ଶ୍ରେଣୀ ଯାତ୍ରୀଙ୍କ ପାଇଁ ସୀମା ୪୦ କେଜି ଓଜନର ଜିନିଷ ନେଇପାରିବେ । ସେହିପରି ସାଧାରଣ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନେ ସାଙ୍ଗରେ ୩୫ କେଜି ଲଗେଜ ନେଇପାରିବେ ।

