ଚକ୍ଷୁ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

Top Storise ରାଜ୍ୟ

ଭୁବନେଶ୍ୱର: ନିଆରା ଜନ୍ମଦିନ । ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ ନିଆରା ଭାବେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ମୋ କଲେଜ ଅଧ୍ୟକ୍ଷ ତଥା ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସ ନାୟକ ଆଜି ଜନ୍ମଦିନ ପାଳିଛନ୍ତି । ପ୍ରତିବର୍ଷ ଭଳି ଆକାଶ ଦାସ ନାୟକ ତାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଏ ବର୍ଷ ପାଳନ କରିଛନ୍ତି ।

ଚଳିତ ବର୍ଷ ବରମୁଣ୍ଡା ସୌଭାଗ୍ୟନଗର ସ୍ଥିତ ଜେରିଆଟ୍ରିକ୍ ସେଣ୍ଟରର ଅନ୍ତେବାସୀଙ୍କ ସହିତ ଆକାଶ ପାଳିଛନ୍ତି ଜନ୍ମଦିନ । ଆକାଶଙ୍କ ଜନ୍ମଦିନ ଉପଲକ୍ଷେ “ଉଡ୍ର ଚାରିଟେବୁଲ ଟ୍ରଷ୍ଟ” ଅନ୍ତେବାସୀଙ୍କ ପାଇଁ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଥିଲା । “ଭୂମିକା ଚକ୍ଷୁ ଚିକିତ୍ସାଳୟ”ର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଅନ୍ତେବାସୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ଦିଆଯାଇଥିଛି । ଜନ୍ମଦିନରେ ଜେରିଆଟ୍ରିକ୍ ସେଣ୍ଟରର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ ।

ଜେରିଆଟ୍ରିକ୍ ସେଂଟରର ଅନ୍ତେବାସୀମାନେ ଆକାଶଙ୍କ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସି କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି । ଆକାଶ ଅନ୍ତେବାସୀଙ୍କ ସମୟ ବିତାଇବା ସହ କହିଛନ୍ତି “ଖୁସି ବାଣ୍ଟିଲେ, ଖୁସି ବଢେ” ।

ଆକାଶଙ୍କୁ ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହି ଜନ୍ମଦିନ ପାଳନ ଉତ୍ସବରେ ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଓ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଜୟଶ୍ରୀ ଧଳ, ଦେବୀ ପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ପବନ ପାତ୍ରୋ, ସତ୍ୟ ସୁମନ, କିଶୋର ଦାସ, ଭାଗ୍ୟଧର ସାମଲ, ସୁମିତ୍ରା ମହାନ୍ତି, ସତ୍ୟବ୍ରତ ଜେନା, ଆଦିତ୍ୟ ଚୌଧୁରୀ, ଅସିତ୍ ସାହୁ, ବିଶ୍ୱଜିତ୍ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *