ଏକାଥରେ ଚାକିରି ଛାଡିଲେ ବରଗର୍‌ କିଙ୍ଗର ସମସ୍ତ କର୍ମଚାରୀ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଆମେରିକାର ନେବରାସ୍କାର ରାଜଧାନୀ ଲିଙ୍କ୍‌ଲୋନ ଥିବା ବରଗର୍‌ କିଙ୍ଗ ଆଉଟଲେଟର କର୍ମଚାରୀମାନେ ଏକା ସମୟରେ ଚାକିରି ଛାଡିଦେଇଛନ୍ତି। “ରେସ୍ତୋରାଁର କାର୍ଯ୍ୟ ପରିଚାଳନାରେ ଅତିଷ୍ଠ ହୋଇ କର୍ମଚାରୀମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଏହି ନିର୍ଦ୍ଦିଷ୍ଟ ଷ୍ଟୋର୍‌ ବାହାରେ, ଏକ ବଡ଼ ସାଇନବୋର୍ଡରେ ଲେଖାଥିଲା, “ଆମେ ସମସ୍ତେ ଛାଡୁଛୁ।” ଅସୁବିଧା ପାଇଁ ଦୁଃଖିତ। ସାଇନ୍ ବୋର୍ଡର ଚିତ୍ର ଖୁବ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

କାରଣ ବରଗର୍‌ କିଙ୍ଗ ଆଉଟଲେଟର ଜଣେ ପୂର୍ବତନ କର୍ମଚାରୀ କହିଥିଲେ ଯେ ରେଷ୍ଟୁରାଣ୍ଟରେ କାର୍ଯ୍ୟ ପରିବେଶ ଅତିଷ୍ଠ କଲା ଭଳି ଥିଲା। ଏହାର କିଛି ମାସ ପରେ ଅନ୍ୟ କର୍ମଚାରୀ ମଧ୍ୟ ଏହି ନିଷ୍ପତ୍ତି ନେଇଥିଲେ।

ରେଷ୍ଟୁରାଣ୍ଟର ଅନ୍ୟ କର୍ମଚାରୀମାନେ ମଧ୍ୟ ଜୁନ୍ ମାସରେ ଦୁଇ ସପ୍ତାହ ପୂର୍ବରୁ ନୋଟିସ୍ ଦେଇଥିବା କହିଛନ୍ତି ରେସ୍ତୋରାଁରେ ମ୍ୟାନେଜର।

Leave a Reply

Your email address will not be published. Required fields are marked *