ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବାରୁ ଆସନ୍ତାକାଲିଠାରୁ ସମସ୍ତ ସ୍କୁଲ ବନ୍ଦ

Top Storise ଦେଶ- ବିଦେଶ

ଦିଲ୍ଲୀ : ଆସନ୍ତା କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ରହିବ । ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପରିବେଶ ମନ୍ତ୍ରୀ ଗୋପାଲ ରାୟ। ଅନ୍ୟପଟେ ଆଜି ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି।

ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ସୁପ୍ରିମକୋର୍ଟ। ସହରରେ ବାୟୁ ପ୍ରଦୂଷଣ ମାମଲରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ଝାଡଛନ୍ତି ସୁପ୍ରିମକୋର୍ଟ। ଏହି ବାୟୁ ପ୍ରଦୂଷଣ ସମୟରେ ସ୍କୁଲ ଖୋଲିବା କେତେ ଠିକ୍ ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ସରକାର ଯେତେବେଳେ ବୟଷ୍କ ଲୋକଙ୍କ ପାଇଁ ୱାର୍କଫ୍ରମ ହୋମ୍ ଲାଗୁ କରିବାକୁ ଯୋଜନା କରୁଛନ୍ତି।ସେତେବେଳେ କାହିଁକି ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି । ଆସନ୍ତା କାଲି ସକାଳେ ପୁଣି ହେବ ଦିଲ୍ଲୀ ପ୍ରଦୂଷଣ ଉପରେ ଶୁଣାଣି । ୩୦ ମିନିଟ ଶୁଣାଣିରେ ପ୍ରସଙ୍ଗର ସମାଧାନ ନହେଲେ  ନିର୍ଦ୍ଦେଶନାମ ଜାରି କରିବ ବୋଲି କୋର୍ଟ କହିଛି।

Leave a Reply

Your email address will not be published. Required fields are marked *