ଫାଙ୍କା ଗୁଳି ଚାଳନା କରି ୫ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

Top Storise ରାଜ୍ୟ

ଖୋର୍ଦ୍ଧା : ଫାଙ୍କା ଗୁଳି ଚଳାଇ ୫ ଲକ୍ଷ ଟଙ୍କା ଲୁଟ୍ । ଖୋର୍ଦ୍ଧା ବାଘମାରି ବାମଡିହ ଛକରେ ଫାଙ୍କା ଗୁଳି ଚଳାଇ ବ୍ୟକ୍ତିଙ୍କ ଟଙ୍କା ଭର୍ତି ବ୍ୟାଗ ଲୁଟି ନେଇଛନ୍ତି ଲୁଟେରା । ଖୋର୍ଦ୍ଧା ମର୍ଡନ ଫଟିଲାଇଜରର ଦୁଇ ଜଣ କର୍ମଚାରୀ ନୟାଗଡ ଅଞ୍ଚଳରୁ ଟଙ୍କା ନେଇ ଆସୁଥିବା ବେଳେ ଏପରି ଅଘଟଣ ଘଟିଛି । ଦୁର୍ବୁର୍ତ୍ତ ମାନେ ଫାଙ୍କା ଗୁଳିମାଡ କରିବା ସହ ବାମଡିହ ଛକ ନିକଟରେ ତାଙ୍କ ହାତରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଛନ୍ତିା

ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଦୁଇ ଜଣ ବ୍ୟକ୍ତି କଳା ପଲସରରେ ଆସି ଏଭଳି ଫାଙ୍କା ଗୁଳି ଚାଳନା କରିଥିଲେ । ଫଳରେ ଦୁଇଜଣ ବ୍ୟକ୍ତି ଭୟରେ ତଳେ ପଡିଯାଇଥିଲେ । ଏହି ସମୟରେ ଦୁବୃର୍ତ୍ତ ମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଯାଇଛନ୍ତି । ଏନେଇ ବାଘମାରି  ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *