‘ଝୁକେଗା ନେହିଁ’… ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା’ ପାଇଁ ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର

Top Storise ମନୋରଞ୍ଜନ

ନୂଆଦିଲ୍ଲୀ: ବକ୍ସ ଅଫିସ୍ ହେଉ କିମ୍ବା ଲୋକଙ୍କ ହୃଦୟ ହେଉ, ଅଲୁ ଅର୍ଜୁନଙ୍କ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ପୁଷ୍ପା ଚଳଚ୍ଚିତ୍ର ମାଧ୍ୟମରେ ସବୁଆଡେ ଲୋକପ୍ରିୟ ହୋଇଥିଲେ। ବର୍ତ୍ତମାନ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ଜାତୀୟ ଚଳଚ୍ଚିତ୍ର ଆୱାର୍ଡ ଦିଆଯାଇଛି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଦିଲ୍ଲୀର ବିଜ୍ଞାନ ଭବନରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯେଉଁଠାରେ ଦେଶର ରାଷ୍ଟ୍ରପତି ସମସ୍ତ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଅଲୁ ଅର୍ଜୁନ। ଅଗଷ୍ଟ ୨୪ ରେ ବିଜେତା ତାଲିକା ପ୍ରକାଶ ପାଇଲା, ଯାହା ପରେ ଆଜି ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଆଲିଆ ଭଟ୍ଟ ଏବଂ କ୍ରିତି ସାନନ ଙ୍କୁ ଜାତୀୟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

ଦାଦା ସାହେବ ଫାଲକେ ପୁରଷ୍କାର ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମିଳିଛି। ଚଳଚ୍ଚିତ୍ର ମିମି ପାଇଁ କ୍ରୀତି ସାନ୍ନୋନଙ୍କୁ ଏହି ପୁରଷ୍କାର ମିଳିଥିବା ବେଳେ ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ଭଟ୍ଟଙ୍କୁ ପୁରଷ୍କୃତ କରାଯାଇଛି । ଏଥିସହ ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ପୁରଷ୍କାର ମିଳିଛି । ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରଷ୍କୃତ କରାଯାଇଛି।

Leave a Reply

Your email address will not be published. Required fields are marked *