ମାଲକାନଗିରି : ମାଲକାନଗିରିରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୩ରୁ ୪ ମାସ ହୋଇଯିବ ଆମ୍ବୁଲାନ୍ସ ଡ୍ରାଇଭର ମାନେ ଦରମା ପାଉନାହାନ୍ତି । ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭରମାନେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ୧୦୮ ଆମ୍ବୁଲାନ୍ସ ଠିଆକରି ଆନ୍ଦୋଳନ ଜାରି ରଖିଛନ୍ତି ।ମାଲକାନଗିରିରେ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହୋଇଛି।କୋରନା ମହାମାରୀ ସମୟରେ ଗାଡି ମାଲିକ ମାନଙ୍କ ପାଖରେ ରୋଜଗାର ନାହିଁ । ସେମାନେ ଆମ୍ବୁଲାନ୍ସ ଡ୍ରାଇଭର ମାନଙ୍କୁ ଠିକ୍ ଭାବେ ଦରମା ମଧ୍ୟ ଦେଇ ପାରୁନାହାନ୍ତି।
ଏନେଇ ବାରମ୍ବାର ଦାବି କରିବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ କଥା ଶୁଣୁନି । ଏନେଇ ତୁରନ୍ତ ଗାଡି ଭଡା ପ୍ରଦାନ କରିବା ଲାଗି ସି.ଡି.ଏମ୍.ଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀମାନେ। ମାଲକାନଗିରି ଜିଲ୍ଲାର ମାଥିଲ,ଖୈରପୁଟ,ପଡ଼ିଆ ଓ ଚିତ୍ରକୋଣ୍ଡା ଭଳି ଦୁର୍ଗମ ଅଞ୍ଚଳରେ ଯୋଗା ଯୋଗ ବ୍ୟବସ୍ଥା ଠିକ୍ ନଥିବା ବେଳେ ଗୁରୁତର ରୋଗୀ ଓ ପ୍ରସବ ମହିଳାମାନେ ଏହି ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି। ହେଲେ ଆମ୍ବୁଲାନ୍ସ ସେବା ବନ୍ଦ ହେବା ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଆଦାବାସୀ ଲୋକେ।

