ପୁଣି କାୟା ବିସ୍ତାର କଲାଣି କରୋନା; ୧୪୬ ଦିନ ପରେ ଆଜି ସର୍ବାଧିକ ପଜିଟିଭ ଚିହ୍ନଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାରତରେ ସରଗରମ ଥିବା ରାଜନୈତିକ ମାହୋଲ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏପଟେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ୍-୧୯। ଶନିବାର ଦେଶରେ ୧୫୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ୧୪୬ ଦିନ ଭିତରେ ସର୍ବାଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା ୮୬୦୧ରେ ପହଞ୍ଚିଛି। ଗତ କିଛିଦିନ ହେଲା ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକ ଓ ରାଜସ୍ଥାନରେ ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, କରୋନାରୁ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୪,୪୧,୬୨,୮୩୨ ହୋଇଛି। ୨୪ ଘଣ୍ଟାରେ କରୋନାରୁ ୯୧୦ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ସୁସ୍ଥ ହାର ୯୮.୭୯ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ସେହିପରି ଦୈନିକ ସକ୍ରିୟ ହାର ୧.୩୩ ପ୍ରତିଶତ ରହୁଥିବା ବେଳେ ସାପ୍ତାହିକ ସକ୍ରିୟ ହାର ୧.୨୩ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳଣାୟ ସୂଚନା ଦେଇଛି।

ଦେଶରେ ହୋଇଥିବା ଟିକାକରଣକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଦେଶରେ ୨୨୦,୬୪ କୋଟି ଡୋଜ୍ ଟିକା ଦିଆଯାଇ ସାରିଛି। ୨୪ ଘଣ୍ଟାରେ ୧,୧୯,୫୬୦ କୋଭିଡ୍ ଟେଷ୍ଟା କରାଯାଇଥିବା ବେଳେ ମୋଟ ୯୨.୦୮ କୋଟି ଲୋକଙ୍କର ଟେଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *