ଆନ୍ଧ୍ରପ୍ରଦେଶ: ଚୂନ ପଥର ଖଣିରେ ଭୟଙ୍କର ବିସ୍ଫୋରଣ; ୧୦ ମୃତ

Top Storise ଦେଶ- ବିଦେଶ

ଆନ୍ଧ୍ରପ୍ରଦେଶ: ଶନିବାର ସକାଳେ ଆନ୍ଧ୍ରପ୍ରଦେଶର କାଡାପାଠାରେ ଏକ ଚୂନ ପଥର ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାର ଆଶଙ୍କା ରହିଛି। ଏହି ଘଟଣା କାଲାସାପଡୁ ବ୍ଲକର ମାମିଲାପାଲି ଗ୍ରାମରେ ଘଟିଛି।

ଏହି ଘଟଣା ସମୟରେ ଅତି କମରେ ୪୦ ଜଣ କର୍ମଚାରୀ ଉପସ୍ଥିତ ଥିଲେ।

ସେପଟେ, ବିସ୍ଫୋରଣରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଅଧିକାରୀଙ୍କ ସହ ଦୁର୍ଘଟଣା ହେବାର ସମ୍ଭାବ୍ୟ କାରଣ ସମ୍ପର୍କରେ ପଚାରି ବୁଝିଛନ୍ତି।

ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିସ୍ଫୋରଣରେ ପୀଡିତଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *