Annie Sprinkle and Beth Stephens married the Earth in 2008

ପ୍ରେମ ପାଇଁ ଗଛ ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା

Top Storise ଜୀବନଚର୍ଯ୍ୟା ଦେଶ- ବିଦେଶ

ନୂଆଦିଲ୍ଲୀ: ପ୍ରେମ, ଏପରି ଏକ ଶବ୍ଦ ଯାହା ବିଶ୍ଵାସର ଅନ୍ୟ ଏକ ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରେମ ପାଇଁ କିଏ ନଦୀ ଡେଇଁ ଯାଏ ଆଉ କିଏ ପାହାଡ ପାର ହେଇଯାଏ। ପ୍ରେମରେ ପଡିଲେ କଣ ଠିକ୍ କଣ ଭୁଲ୍ ତାହା ଜଣା ପଡେ ନାହିଁ। ପ୍ରେମ ଥରେ ହେଲେ ତାହା ଲୁଚି ରୁହେ ନାହିଁ। ଯାହା ସହ ଥରେ ପ୍ରେମ ହୁଏ ସେ ଦୁନିଆର ସବୁଠାରୁ ସୁନ୍ଦର ଲାଗେ। ଏପରି ଏକ ପ୍ରେମରେ ପଡ଼ିଛନ୍ତି ଆମେରିକାର ରହୁଥିବା ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ । ୨୦୦୪ରେ ସେମାନେ ଅନୁଭବ କଲେ ଯେ, ସେମାନଙ୍କୁ ଗଛକୁ ଭଲ ପାଆନ୍ତି ଓ ଏହି ପ୍ରେମ ଅନ୍ୟମାନଙ୍କ ଠାରୁ ଟିକେ ଅଲଗା । ଫଳରେ ସେ ଦୁହେଁ ୨୦୦୮ ମସିହାରେ ଗଛ ସହିତ ବିବାହ କରିଥିଲେ । ଏବେ ସେ ଦୁହେଁ ନିଜ ରିଲେସନସିପ ବିଷୟରେ ଲୋକଙ୍କ ସାମ୍ନାରେ ଖୁଲାସା କରିଛନ୍ତି ।

ତେବେ ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ ପୃଥିବୀକୁ ଅଧିକ ପସନ୍ଦ କରନ୍ତି । ଏହି ପ୍ରେମ ଯୋଗୁଁ ଦୁହେଁ ଗଛ ସହିତ ବିବାହ ରଚିଛନ୍ତି । ଦୁହେଁ ନିଜକୁ ଇକୋସେକ୍ସୁଆଲ ଘୋଷିତ ମଧ୍ୟ କରିଛନ୍ତି । ୨୦୦୮ ମସିହାରେ ପାଖାପାଖି ୩୦୦ ଲୋକଙ୍କ ସାମ୍ନାରେ ସେ ଗଛକୁ ବାହାହୋଇଥିଲେ । ବିବାହ ସମାରୋହ କାଲିଫୋର୍ନିଆ ଓ ସାନ୍ତା କ୍ରୃଜରେ ହୋଇଥିଲା । ଅନେକ ଲୋକ ଏହି ବିବାହର ଫଟୋ ଦେଖିଥିଲେ । ପ୍ରଥମେ କେତେ ଲୋକ ଏହାକୁ ବିଶ୍ୱାସ କରୁନଥିଲେ । କିନ୍ତୁ ପରେ ସେମାନଙ୍କ ଉଦ୍ଦେଶ୍ୟ ଜାଣିବା ପରେ ଲୋକେ ସେମାନଙ୍କୁ ପ୍ରଶଂସା କରିଥିଲେ ।

ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସଙ୍କ କହିବା ମୁତାବକ, ପୃଥିବୀ ଆମର ପ୍ରେମିକ । ଆମେ ତା ପାଇଁ ପାଗଳ । ଆମ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ସେମାନେ ଗଛକୁ ବିବାହ କରିଛନ୍ତି । ଆନି ସ୍ପ୍ରିଙ୍କଲ୍ ଏବଂ ବେଥ୍ ଷ୍ଟିଫେନ୍ସ ୨୦୦୩ ରେ ରୁଟଗର୍ସ ବିଶ୍ୱବିଦ୍ୟାଳୟରେ ସାକ୍ଷାତ ହୋଇଥିଲେ । ଏହା ପରେ ଦୁହେଁ ପୃଥିବୀ ପ୍ରତି ସେମାନଙ୍କ ଭଲପାଇବା ବିଷୟରେ କଥା ହୋଇଥିଲେ । ଉଭୟ ଅନୁଭବ କଲେ ଯେ ସେମାନେ ମଣିଷ ଅପେକ୍ଷା ଗଛ ପ୍ରତି ଆକର୍ଷିତ ହେଉଛନ୍ତି । ସେବେେ ସେମାନେ ହୃଦୟଙ୍ଗମ କଲେ ଯେ ସେମାନଙ୍କୁ ପୁଅଙ୍କ ସହ ନୁହେଁ ବରଂ ଗଛକୁ ବିବାହ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *