୨୦ ତାରିଖରେ ଆଉ ଏକ ଲଘୁଚାପ!

Top Storise ରାଜ୍ୟ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ୨୦ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ‌ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମକୁ ଗତି କରି ଘନୀଭୂତ ହୋଇପାରେ। ୨୦ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ରୂପରେଖ କ’ଣ ରହିବ ସେନେଇ ଆକଳନ କରାଯାଇ ନାହିଁ। ତେବେ ବାତ୍ୟା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ।

ଶ୍ରୀ ଦାଶ କହିଛନ୍ତି, ୧ ଅକ୍ଟୋବରରୁ ୧୪ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୧୧୦.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷାଠାରୁ ୬୨ ମିମି ଅଧିକ ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ଆଜି ବର୍ଷା ହୋଇଛି।

Leave a Reply

Your email address will not be published. Required fields are marked *