ରାଜନଗର : ରାଜନଗର ଉଚ୍ଚ ବିଦ୍ୟାଳୟ ହରାଇଲା ଆଉ ଏକ ଭୀଷ୍ମ। ସେ ଥିଲେ ସମସ୍ତଙ୍କ ପ୍ରିୟ। ସେ ଥିଲେ ଛାତ୍ର ପ୍ରେମୀ। ସେ ଥିଲେ ଗୁରୁ ଆଉ ସେ ହିଁ ଥିଲେ ପିଲା ମାନଙ୍କ ସାଥୀ। ଗଣିତ ଓ ବିଜ୍ଞାନ ପଢ଼ାଇବାରେ ସେ ଥିଲେ ପାରଙ୍ଗମ । କେବଳ ଯେ ଏହି ଦୁଇ ବିଷୟ ସେ ପଢ଼ାଉଥିଲେ ତା ନୂହେଁ ଏହା ବ୍ୟତୀତ ଯାହାର ଯାହା ଦ୍ଵନ୍ଦ ଥାଏ ତାକୁ ସମାଧାନ କରିବାରେ ସେ କେବେ ମୁହଁ ଫେରାଇ ନାହାନ୍ତି। ପାଠ ପଢାଇବା ସହ ସ୍କୁଲର ଦାୟିତ୍ଵ ବି ତାଙ୍କ ମୁଣ୍ଡ ଉପରେ ହିଁ ଥିଲା। ସେ ଆଉ କେହି ନୁହଁନ୍ତି ସମସ୍ତଙ୍କ ପ୍ରିୟ ସୁଦକ୍ଷ ଗୁରୁ ଶ୍ରୀଯୁକ୍ତ ମହେନ୍ଦ୍ର ମହାନ୍ତ ବା ସମସ୍ତଙ୍କ ଆଦରଣୀୟ ମହେନ୍ଦ୍ର ସାର୍।
ଦୀର୍ଘଦିନର ଚାକିରି ଜୀବନ ମଧ୍ୟରେ ଅନେକ ବାଦ ବିବାଦ ଦେଇ ମଧ୍ଯ ସ୍କୁଲ ଓ ସ୍କୁଲ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିଆସୁଥିଲେ ଶ୍ରୀଯୁକ୍ତ ମହାନ୍ତ। ସେ ସ୍କୁଲ ଭିତରକୁ ପ୍ରବେଶ କରିବା ମାତ୍ରେ ଛାତ୍ରଛାତ୍ରୀଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି ହୋଇଯାଇଥାଏ। ତାଙ୍କ ବାଇକ୍ ସାଉଣ୍ଡରୁ ହିଁ ସେ ଆସିବା ଆଭାସ ପାଉଥିଲେ ଛାତ୍ରଛାତ୍ରୀ। ତାଙ୍କୁ କ୍ଲାସ ରୁମ୍ ରେ ଦେଖିଲେ ପାଠ ପଢିବାର ଏକ ଆକାଙ୍କ୍ଷା ମନ ଭିତରେ ଭରି ଯାଉଥିଲା। ଦୁଖଃ ଓ ପରିତାପର ବିଷୟ ସେ ରାଜନଗର ଉଚ୍ଚ ବିଦ୍ୟାଳୟରୁ ବିଦାୟ ନେଇ ଅନ୍ୟତ୍ର ଯାଇଛନ୍ତି। ପଦନ୍ନୋତି ପାଇ ସେ ଅନ୍ୟତ୍ର ଯାଇଥିବାରୁ ଖୁସି ବ୍ୟକ୍ତ କରିଥିବା ବେଳେ ସ୍କୁଲ ଛାଡ଼ିବା ସମୟରେ ଭାବ ବିହୋଳ ହୋଇପଡିଥିଲେ। ସେହିପରି ମହେନ୍ଦ୍ର ମହାନ୍ତ ଯେଉଁଠିକୁ ଯାଆନ୍ତୁ ନା କାହିଁକି ସ୍କୁଲ ତାଙ୍କୁ ଝୁରିବ। ଛାତ୍ରଛାତ୍ରୀ ତାଙ୍କୁ ଝୁରିବେ ବୋଲି କହିଛନ୍ତି ପୂର୍ବତନ ଛାତ୍ର ସରୋଜ ରଞ୍ଜନ ବେହେରା, ବିକାଶ ବେହେରା, ସୁନମୁନ ଦେହୁରୀ, ପରେଶ ଦେହୁରୀ, ଲିପ୍ସା ନାଏକ, ଅଞ୍ଜଳି ମହାନ୍ତ, ପ୍ରିୟଙ୍କା ନାଏକ, ମୋନାଲିସା ଆଚାର୍ଯ୍ୟ, ରେଖା ନାଏକ, ମୀନତି ନାଏକ, ଅମର ଜେନା, ସୁନୀଲ ନାଏକ, ସବିତା ବେହେରା, ଲିକି ଦେହୁରୀ, ସସ୍ମିତା ବେହେରା, ଦେବଯାନୀ ମିଶ୍ର, ଚଞ୍ଚଲ ସିଂ ପ୍ରମୂଖ।
ସମସ୍ତଙ୍କ ପ୍ରିୟ ମହେନ୍ଦ୍ର ସାରଙ୍କ ଆଗାମୀ ଚଲାପଥ ସଦା କୁସୁମିତ ହେଉ ଏତିକି ଜଗତର ନାଥ ଜଗନ୍ନାଥ ଘଟଗାଁ ବାସିନୀ ମା ତାରିଣୀଙ୍କ ପାଖରେ ଧରଣୀ ନ୍ୟୁଜ ପରିବାର ପକ୍ଷରୁ ପାର୍ଥନା କରାଯାଉଛି।