କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

Top Storise ଦେଶ- ବିଦେଶ

ଭୁବନେଶ୍ୱର: ଦିଲ୍ଲୀରେ ଅବସ୍ଥାପିତ ଏବଂ ଓଡିଶାରେ ଜନ୍ମିତ ସାମ୍ବାଦିକ ମନୋଜ ବେବୋର୍ତ୍ତାଙ୍କର ରବିବାର ରାତିରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା।

ମନୋଜ ନ୍ୟୁଜ୍ ୧୮ ରେ ଏକ ପ୍ରୋଗ୍ରାମ କୋର୍ଡିନେସନ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ।

ସୂଚନାନୁସାରେ, ମନୋଜ ଗତ ଏକ ସପ୍ତାହରୁ କରୋନାରେ ପୀଡିତ ଥିଲେ ଏବଂ ତାଙ୍କୁ କଟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେ ଏହା ପୂର୍ବରୁ CNN IBN ଏବଂ NDTV ରେ ମଧ୍ୟ କାମ କରିଥିଲେ। ସେପ୍ଟେମ୍ବର ୨୦୨୦ ଠାରୁ ସେ ଘରୁ କାମ କରୁଛନ୍ତି ବୋଲି ସୂତ୍ରରୁ ପ୍ରକାଶ।

ସେ ନୋଏଡା ଇଣ୍ଟରନ୍ୟାସନାଲ ସ୍କୁଲ ଅଫ୍ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଷ୍ଟଡିଜ୍ (ISOMES) ର ଛାତ୍ର ଥିଲେ।

Leave a Reply

Your email address will not be published. Required fields are marked *