ଆସୁଛି ଆଉ ଏକ ଲଘୁଚାପ, ଏଥର ଦକ୍ଷିଣ ଓଡ଼ିଶାରେ ଛେଚିବ!

Top Storise ରାଜ୍ୟ

ଭୁବନେଶ୍ୱର : ଆସନ୍ତା ୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଲଘୁଚାପ ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବେଶୀ ଦେଖାଇବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ୮ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ୯ରୁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

କିଛି ଦିନ ତଳେ ଓଡ଼ିଶାକୁ ଲାଗ୍‌ ଲାଗ୍‌ ଦୁଇଟି ଲଘୁଚାପ ଆସିଥିଲା। ଏହାର ପ୍ରଭାବରେ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଏବଂ ଝାରଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଏଥିପାଇଁ ଓଡ଼ିଶାର ଅଧିକାଂଶ ଜିଲ୍ଲା ପ୍ରଭାବିତ ହୋଇଥିଲା। କେଉଁଠି ପୂରା ଗାଁ ପାଣି ଘେରରେ ରହିଥିଲା ତ ଆଉ କେଉଁଠି ଲୋକଙ୍କ କୁଡ଼ିଆରେ ପଶିଥିଲା ପାଣି। ଯେଉଁଥିପାଇଁ ହଜାର ହଜାର ଲୋକ ବାସହରା ହୋଇଥିଲେ। ଆଜି ପର୍ଯ୍ୟନ୍ତ ବର୍ଷା ଓ ବର୍ଷା ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ଜୀବନ ଜୀବିକା ସ୍ୱଭାବିକ ହୋଇନଥିବା ବେଳେ ପୁଣି ଥରେ ଡରାଇଲାଣି ଲଘୁଚାପ ବର୍ଷା।

Leave a Reply

Your email address will not be published. Required fields are marked *