ଏ ପି ଶୁଭକାନ୍ତଙ୍କ ଇଂରାଜୀ ପୁସ୍ତକ ‘ପର୍ସନାଲିଟିଜ୍ ଅଫ ଓଡ଼ିଶା’ ଉନ୍ମୋଚିତ

Top Storise ରାଜ୍ୟ

ଭୁବନେଶ୍ବର: ଓଡ଼ିଶାର ୨୧ଜଣ ମହାପୁରୁଷଙ୍କୁ ନେଇ ଏ ପି ଶୁଭକାନ୍ତଙ୍କ ଇଂରାଜୀ ପୁସ୍ତକ ‘ପର୍ସନାଲିଟିଜ୍ ଅଫ ଓଡ଼ିଶା’ ଆଜି ଆଇ ଟି ଆର୍ ପରିସରରେ ଥିବା ହବେଲୀ କ୍ୟାଫେରେ ଉନ୍ମୋଚିତ ହୋଇଛି। ଲେଖକ ଶ୍ରୀ ଏ ପି ଶୁଭକାନ୍ତ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ, ଏହି ପୁସ୍ତକଟି ଓଡ଼ିଶାର ୨୧ଜଣ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କ ଜୀବନୀକୁ ନେଇ ରଚିତ ହୋଇଛି। କିଛି ପରିଚିତ ଆଉ ଅଳ୍ପ ପରିଚିତ ବ୍ୟକ୍ତିତ୍ଵଙ୍କ କାହାଣୀ ଏଥିରେ ବର୍ଣ୍ଣିତ। ଏହା ବାସ୍ତବରେ ଆତ୍ମଜୀବନୀ ନୁହେଁ, ବରଂ ଜୀବନୀକୁ ନେଇ ଏକ ସଙ୍କଳନ ଯଥାର୍ଥ ହେବ। ଏହି ପୁସ୍ତକକୁ ଶୁଭଦୃଷ୍ଟି ପ୍ରକାଶନ ପକ୍ଷରୁ ପ୍ରକାଶ କରାଯାଇଛି।

ଉନ୍ମୋଚନ ଉତ୍ସବରେ ଶୁଭଦୃଷ୍ଟି ପରିଚାଳନା ସମ୍ପାଦକ ପ୍ରତ୍ୟୁଷ ଦେବାଶିଷ, ସମ୍ପାଦିକା ଅଭିଲିପ୍ସା ପାଢୀ, ଏନ୍ ଆର୍ ଜି ନରସିଂହ, ଜ୍ୟୋତିରଂଜନ ପଣ୍ଡାଙ୍କ ସମେତ ସମାଜସେବୀ ଶଶିକାନ୍ତ ମଲ୍ଲିକ ଓ ଶ୍ରୀକୃଷ୍ଣ ପତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *