ବିବାହ ପ୍ରସ୍ତାବରେ ରାଜି ନହେବାରୁ ଗାଡ଼ିରେ ବସିଥିବା ପ୍ରେମିକାକୁ ନଦୀରେ ଠେଲି ଦେଲେ, ବିବାହିତ ପ୍ରେମୀର ମାରାତ୍ମକ କାଣ୍ଡ

ଅପରାଧ

କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବେଲୁର ତାଲୁକର ଚନ୍ଦନହଲ୍ଲୀ ଅଞ୍ଚଳରେ ୩୨ ବର୍ଷୀୟ ମହିଳା ଶ୍ୱେତାଙ୍କୁ ତାଙ୍କ ବିବାହିତ ପ୍ରେମୀ କେବଳ ଏହି କାରଣରୁ ହତ୍ୟା କରିଛି ଯେ ସେ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ।

ଏହି ଘଟଣା ରବିବାର ରାତିରେ ଘଟିଥିଲା ଏବଂ ବର୍ତ୍ତମାନ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ ଅନୁଯାୟୀ, ଶ୍ୱେତା ଓ ରବିଙ୍କ ପରିଚୟ ବହୁ ବର୍ଷରୁ ଥିଲା। ଉଭୟେ ହାସନରେ କାମ ସମୟରେ ପରିଚିତ ହୋଇଥିଲେ। ରବି ପୂର୍ବରୁ ବିବାହିତ ଥିଲେ, କିନ୍ତୁ ସେ ଶ୍ୱେତାଙ୍କୁ ବିବାହ କରିବାକୁ ଲଗାତାର ଚାପ ଦେଉଥିଲେ। ରବି ଦାବି କରିଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ି ଶ୍ୱେତାଙ୍କ ସହ ନୂଆ ଜୀବନ ଆରମ୍ଭ କରିବେ। କିନ୍ତୁ ଶ୍ୱେତା, ଯିଏ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ମାତାପିତାଙ୍କ ସହ ରହୁଥିଲେ, ଏହି ସମ୍ପର୍କକୁ ଆଗେଇ ନେବାକୁ ମନା କରି ଦେଇଥିଲେ।

ହତ୍ୟାକୁ ଦୁର୍ଘଟଣା ବୋଲି ଦେଖାଇବାର ଚେଷ୍ଟା:

ଶ୍ୱେତାଙ୍କ ଏହି ନିଷ୍ପତ୍ତି ରବିଙ୍କୁ ପସନ୍ଦ ହୋଇନଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ରବିବାର ଦିନ ରବି ଶ୍ୱେତାଙ୍କୁ ତାଙ୍କ ଗାଡ଼ିରେ ବସାଇ ଚନ୍ଦନହଲ୍ଲୀ ହ୍ରଦ କୂଳକୁ ନେଇଥିଲେ। ସେଠାରେ ସେ ଗାଡ଼ିଟିକୁ ହଠାତ୍ ହ୍ରଦକୁ ଠେଲି ଦେଇଥିଲେ, ଯେଉଁଥିରେ ଶ୍ୱେତା ଫସି ପଡ଼ିଥିଲେ ଏବଂ ବାହାରକୁ ବାହାରି ପାରି ନଥିଲେ। ରବି ନିଜେ ପହଁରି ବାହାରକୁ ଆସିଥିଲେ ଏବଂ ପୁଲିସକୁ  କହିଥିଲେ ଯେ ଏହା ଏକ ଦୁର୍ଘଟଣା ଥିଲା। ଗାଡ଼ିଟି ହଠାତ୍ ପାଣିରେ ପଡ଼ି ଯାଇଥିଲା ଏବଂ ସେ କୌଣସି ପ୍ରକାରେ ବଞ୍ଚି ଯାଇଥିଲେ। ମହିଳାଙ୍କ

ପରିବାର ଦ୍ୱାରା ଅଭିଯୋଗ:

ଶ୍ୱେତାଙ୍କ ପରିବାରର ଅଭିଯୋଗ ଏବଂ ପ୍ରାରମ୍ଭିକ ତଦନ୍ତରେ ପୁଲିସକୁ ରବିଙ୍କ କାହାଣୀ ସନ୍ଦେହଜନକ ଲାଗିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଏହା ସ୍ପଷ୍ଟ ହୋଇଥିଲା ଯେ ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ଏହାପରେ ଅହରାହାଲ୍ଲୀ ପୁଲିସ ହତ୍ୟା ମାମଲା ରୁଜୁ କରି ରବିଙ୍କୁ ଗିରଫ କରିଥିଲା।

ପୁଲିସ ତଦନ୍ତ:

ପୁଲିସ ବର୍ତ୍ତମାନ ଏହା ଅନୁସନ୍ଧାନ କରୁଛି ଯେ ଘଟଣା ପୂର୍ବରୁ ରବି କେତେ ପ୍ରସ୍ତୁତି କରିଥିଲେ ଏବଂ ତାଙ୍କୁ ଅନ୍ୟ କେହି ସାହାଯ୍ୟ କରିଥିଲେ କି ନାହିଁ।

Leave a Reply

Your email address will not be published. Required fields are marked *