ଭଗତ ସିଂହଙ୍କ ଜୟନ୍ତୀରୁ ଆପର ରକ୍ତ ଦାନ ଦିବସ

Top Storise ରାଜ୍ୟ

ଭୁବନେଶ୍ୱର : ଭଗତ ସିଂଙ୍କ ଜୟନ୍ତୀ ଉପଲକ୍ଷେ ତଥା ଆମ୍ ଆଦମୀ ପାର୍ଟୀର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ କ୍ରମେ ତା.୨୮.୦୯.୨୦୨୨ରିଖ ଦିନଟିକୁ “ରକ୍ତ ଦାନ ଦିବସ”ଭାବେ ସମଗ୍ର ଭାରତରେ ପାଳନ କରାଯିବ। ଓଡ଼ିଶାରେ ମଧ୍ୟ ରାଜ୍ୟ ଆପ ତରଫରୁ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଅଛି । ଜିଲ୍ଲା ମୁଖ୍ୟାଳୟ ଓ ବ୍ଲକ ମୁଖ୍ୟାଳୟ ମାନଙ୍କରେ ମଧ୍ୟ ଭଗତ ସିଂହଙ୍କ ଜୟନ୍ତୀ ତଥା ରକ୍ତ ଦାନ ଦିବସ ପାଳନ କରାଯିବ ବୋଲି ଆମ୍ ଆଦମୀ ପାର୍ଟି ଓଡ଼ିଶା ତରଫରୁ ସୂଚନା ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପ୍ରାଙ୍ଗଣରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଅଛି । ଆମ୍ ଆଦମୀ ପାର୍ଟି ଏକ କଟ୍ଟର ଦେଶଭକ୍ତଙ୍କର ପାର୍ଟି ତଥା ଶହୀଦ-ଏ-ଆଜମ ଭଗତ ସିଂ ଓ ବାବା ସାହେବ ଆମ୍ବେଦକରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ । ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ, ଯୁବକ ସଂଘ ମାନଙ୍କୁ ଆହ୍ଵାନ କରାଯାଉଛି ସେମାନେ ମଧ୍ୟ ଏହି ଶିବିରରେ ଯୋଗଦାନ କରି ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଶହୀଦ-ଏ-ଆଜମ ଭଗତ ସିଂଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ରକ୍ତ ଦାନ କରି ଦେଶକୁ ପ୍ରଗତି ପଥେ ଆଗେଇ ନେବାରେ ସହଯୋଗ ଲୋଡିଥିଲେ ଓଡିଶା ଆପ ।

ଆମ୍ ଆଦମୀ ପାର୍ଟି ଓଡ଼ିଶା ତରଫରୁ ଏକ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ଵାଇଁ, ରାଜ୍ୟ ପ୍ରବକ୍ତା ରଙ୍ଗା ଚରଣ ପ୍ରଧାନ, ଏବଂ ଆପ୍ ଭୁବନେଶ୍ୱର ମହାନଗର ନିଗମ ଆବାହକ ଜୟସୂର୍ଯ୍ୟ କାନୁନଗୋଙ୍କ ଉପସ୍ଥିତିରେ ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଶହୀଦ-ଏ-ଆଜମ ଭଗତ ସିଂଙ୍କ ଜୟନ୍ତୀକୁ ପାଳନକରିବା ସହିତ ରକ୍ତ ଦାନ ଶିବିରରେ ସମସ୍ତଙ୍କୁ ଯୋଗଦେବାକୁ ଅନୁରୋଧ କରଯାଇଥିଲା।

Leave a Reply

Your email address will not be published. Required fields are marked *