ଧନୁଯାତ୍ରା ପାଇଁ ହେବ କଳାକାର ଚୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

Top Storise ରାଜ୍ୟ

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ପାଇଁ କଳାକାର ଚୟନ କରାଯିବ। ଏ ନେଇ ବିଧି ବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଧନୁଯାତ୍ରା ମହା ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ କଳାକାର ଚୟନ ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ କରାଯାଇଛି।

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ, ମହାମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ, ସାତ୍ତିକୀ, ଅକ୍ରୁର, ଭଗ୍ରସେନ, ବସୁଦେବ, ଦେବକୀ, ନାରଦ ଆଦି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ ହେବ। କଳାକାରମାନେ ଆସନ୍ତା ୨୨ ତାରିଖରୁ ୩୧ ତାରିଖ ମଧ୍ୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ। କଳାକାରମାନେ ନିର୍ଦ୍ଧାରିତ ଫର୍ମ ତଥା ଇ-ମେଲ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜଣେ କଳାକାର ସର୍ବାଧିକ ଦୁଇଟି ଚରିତ୍ର ପାଇଁ ଆବେଦନ କରିପାରିବେ। ପ୍ରାର୍ଥୀଙ୍କର ଖୋଳା ରଂଗମଞ୍ଚରେ ଅଭିନୟରେ ଅଭିଜ୍ଞତା ଥିବା ଦରକାର।

ଧନୁଯାତ୍ରାର ମୁଖ୍ୟ ନାୟକ ତଥା ଚରିତ୍ର ଥିବା କଂସ ଭୂମିକା ପାଇଁ କଳାକାରଙ୍କ ବୟସ ୧୮ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କଳାକାରମାନ ନିଜ ଖର୍ଚ୍ଚରେ ଯିବା ଆସିବା କରିବେ। ଏନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶା ଯାଇଛି। ଚୟନ ସମୟରେ କଳାକାରମାନେ ଚାହିଁଲେ ବେଷଭୂଷାରେ ସଜ୍ଜିତ ହୋଇ ଆସିପାରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *