ମାଗିଥିଲେ ୧୫ ଦିନ, ମିଳିଲା ୭ ଦିନ

Top Storise ରାଜ୍ୟ

ଭୁବନେଶ୍ୱର: ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାଗିଥିଲା। ମାତ୍ର ଜିଲ୍ଲା ଦୌରା ଜଜ୍‌ ୭ ଦିନିଆ ରିମାଣ୍ଡ ନେବାକୁ ଅନୁମତି ଦେଇଛନ୍ତି। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ବୁଢ଼ୀଆଣି ଜାଲରେ ଛନ୍ଦି ହେଉଛି। ପ୍ରତିଦିନ ନୂଆ ନୂଆ ଖିଅ ବାହାରୁଛି। ଅର୍ଚ୍ଚନାଙ୍କ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) କିଛି ଲୋକଙ୍କୁ ଜେରା କରିଛି। ତେବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଚାହିଁଥିଲା ଇଡି। ସେଥିପାଇଁ ୧୫ ଦିନ ରିମାଣ୍ଡରେ ନେବା ପାଇଁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଆବେଦନ କରିଥିଲା ଇଡି। ମାତ୍ର କୋର୍ଟ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ରାତି ଅଧିଆ କମିଶନରେଟ୍‌ ପୁଲିସ୍‌ ଉଠାଇ ଆଣିଥିଲା। ପରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା। ହେଲେ ଅର୍ଚ୍ଚନାଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱରଙ୍କ ପାଖରେ ପହଞ୍ଚିପାରୁନଥିଲା କମିଶନରେଟ୍‌ ପୁଲିସ୍‌। ତେବେ ଏଥିରେ ଟଙ୍କା ହଡପ୍‌ର ସାମ୍ନାକୁ ଆସିଥିବାରୁ ମାମଲାରେ ଇଡି ତଦନ୍ତ କରିଥିଲା। ଇଡି ତଦନ୍ତ ଆରମ୍ଭ କରି ପ୍ରଥମେ ଖଗେଶ୍ୱରକୁ ଅଟକ ରଖି ଜେରା କରିଥିଲା। ପରେ ତାକୁ ବାନ୍ଧି ପକାଇଥିଲା। ବର୍ତ୍ତମାନ ଅର୍ଚ୍ଚନା ଲିଙ୍କରେ ଇଡି ଅନେକ ବ୍ୟକ୍ତିଙ୍କୁ ଜେରା କରିସାରିଲାଣି। ତଥାପି ଇଡି ଟଙ୍କା ଉତ୍ସ ପାଖରେ ପହଞ୍ଚି ପାରିନାହିଁ।

Leave a Reply

Your email address will not be published. Required fields are marked *