ବିମାନ ଅଟକାଇ ବରିଷ୍ଠ କଂଗ୍ରେସ ନେତା ପବନ ଖେଡାଙ୍କୁ ଗିରଫ କଲା ଆସାମ ପୁଲିସ୍

Top Storise ଦେଶ- ବିଦେଶ

ଦିଶପୁର: ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ା ଗିରଫ। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବିମାନ ଉଡ଼ାଣକୁ ରଦ୍ଦ ଖେଡ଼ାଙ୍କୁ ଗିରଫ କଲା ଆସାମ ପୁଲିସ। ଗୁରୁବାର କଂଗ୍ରେସ ଦଳ ଏଭଳି ଅଭିଯୋଗ ଆଣିଛି।

ଖେଡା ରାୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଆସାମ ପୁଲିସ ନିର୍ଦ୍ଦେଶରେ ତାଙ୍କ ଉଡ଼ାଣ ରଦ୍ଦ କରାଯାଇଥିଲା। ଏହାପରେ ଏୟାରପୋର୍ଟ ପୁଲିସ ଓ ଆସାମ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖେଡ଼ାଙ୍କୁ ଗିରଫ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ମିଳିଥିବା ସୂଚନା ଅନୁସାରେ, ପବନ ଖେଡ଼ାଙ୍କ ନାଁରେ ଆସାମ ଦିମା ହାସାଓ ଜିଲ୍ଲାର ହାଫଲଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପବନ ଖେଡ଼ାଙ୍କୁ ରିମାଣ୍ଡରେ ନେବାକୁ ଆସାମ ପୁଲିସ ଦିଲ୍ଲୀ ଯାଇଥିଲା। ଆସାମ ପୁଲିସର ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ଭୂୟ ସୂଚନା ଦେଇଛନ୍ତି।

ଖେଡ଼ାଙ୍କୁ ଗିରଫ କରିବା ପରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ବିମାନରୁ ଓହ୍ଲାଇ ପଡ଼ି ଦିଲ୍ଲୀ ବିମାନବନ୍ଦର ଏକ ନମ୍ବର ଟର୍ମିନାଲରେ ଧାରଣା ପ୍ରଦର୍ଶନ କରିଥିଲେ। କଂଗ୍ରେସ ଜାତୀୟ ପ୍ରବକ୍ତା ରଣଦୀପ ସୂର୍ଯେୱାଲା ମଧ୍ୟ ଧାରଣା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।

ଘଟଣା ସମ୍ପର୍କରେ ଖେଡ଼ା ସୂଚନା ଦେଇ କହିଛନ୍ତି ଯେ ତାଙ୍କର ଇଣ୍ଡିଗୋ ବିମାନରେ ରାୟପୁର ଯିବାର ଥିଲା। ହେଲେ ପୁଲିସ ନିର୍ଦ୍ଦେଶରେ ମୋତେ ବିମାନରୁ ଓହ୍ଲାଇ ଦେଇ ଗିରଫ କରାଯାଇଛି। ବିମାନରେ ବସିବା ପରେ ମୋତେ କୁହାଗଲା ଯେ ମୋ ନେଇଥିବା ଲଗେଜ୍‌ରେ ସମସ୍ୟା ଅଛି। ହେଲେ ମୋ ପାଖରେ କେବଳ ଗୋଟେ ହ୍ୟାଣ୍ଡ ବ୍ୟାଗ୍ ଥିଲା।

ଖେଡ଼ା କହିଛନ୍ତି ମୁଁ ବିମାନରୁ ଓହ୍ଲାଇବା ପରେ ମୋତେ ଆଉ ଛଡ଼ିବାକୁ ଦିଆଯାଇ ନଥିଲା। ଡିସିପି ମୋତେ ଭେଟିବାକୁ ଚାହୁଁଛନ୍ତି ବୋଲି କୁହାଯାଇଥିଲା। ତେବେ ମୋତେ କାହିଁକି ଓହ୍ଲାଇ ଦିଆଗଲା କଣ ପାଇଁ ମୋତେ ଗିରଫ କରାଯାଇଛି ସେ ନେଇ କିଛି କୁହାଯାଇ ନାହିଁ ବୋଲି ଖେଡ଼ା କହିଛନ୍ତି।

ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ। ମିଛ ମାମଲାରେ ଫସାଇ ତାଙ୍କ ଯାତ୍ରାରେ ପ୍ରତିବନ୍ଧକ ଲଗାଇଭା ସହ ତାଙ୍କୁ ମୁହଁକୁ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି। ପୂରା ଦଳ ପବନ ଖେଡ଼ାଙ୍କ ସହ ରହିଛି ବୋଲି ବେଣୁ ଗୋପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *