ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ଜାରି ରହିଥିବା ବେଳେ ଲକଡାଉନ୍ ଜାରି ରହିଛି । ଏବେ ପୁଣି ଥରେ ଅଗଷ୍ଟ ୧ ତାରିଖ ଯାଏ ଲକଡାଉନ୍ ଜାରି ହେବ । ଏହି ସମୟରେ କିଛି ମାତ୍ରାରେ କୋହଳ କରାଯିବ । ପୂର୍ବ ଘୋଷଣା ଅନୁସାରେ କାଟାଗୋରୀ-ଏ ଏବଂ କାଟାଗୋରୀ-ବି ରେ କଟକଣା ଲାଗୁ ହେବ । କାଟାଗୋରୀ-ଏ ରେ ସପ୍ତାହରେ ୫ ଦିନ ଦୋକାନ ବଜାର ଖୋଲା ରହିବ । କାଟାଗୋରୀ-ଏ ରେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏ ଖୋଲାରହିବ ।

