ନିଲମ୍ୱିତ ହେଲେ କୋଷାଗୁମୁଡାର ପୂର୍ବତନ ବିଡିଓ

Top Storise ରାଜ୍ୟ

ନବରଙ୍ଗପୁର: ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ବିଡିଓ ଅକ୍ଷୟ ମିତା କାର୍ତ୍ତିକ। ସେଥିପାଇଁ ତାଙ୍କୁ ନିଲମ୍ୱନ କରିଛନ୍ତି ରାଜ୍ୟ ସରକାର। ନିଲମ୍ୱନ ସମୟରେ ସେ କୋରାପୁଟ PD-DRDAଙ୍କ ନିକଟରେ ଉପସ୍ଥିତ ରହିବାକୁ କୁହାଯାଇଛି। କରୋନା ବେଳେ ଅକ୍ଷୟ ମିତା କାର୍ତ୍ତିକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ୪୨ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ସେ କୋରାପୁଟ ଜିଲ୍ଲା ନାରାୟପାଟଣାରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ।

୨୦୨୦ ମସିହାରେ ମହାମାରୀ କରୋନା ବେଳେ ପ୍ରବାସୀ ଫେରନ୍ତାଙ୍କ ରହଣୀ, ଚିକିତ୍ସା ଓ ଖାଇବା ପାଇଁ ବ୍ୟବସ୍ଥା କରିବାକୁ କୋଷାଗୁମୁଡା ବ୍ଲକ୍‌ର ୨୬ ପଞ୍ଚାୟତକୁ ୪୨ ଲକ୍ଷ ଟଙ୍କା ଦିଆଯାଇଥିଲା। ଏଥିରେ ମହା ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ ନବରଙ୍ଗପୁର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶ(ଏପିଡି)। ଉକ୍ତ ରିପୋର୍ଟକୁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ପଠାଇଥିଲେ। ଏହା ପରେ ରାଜ୍ୟ ସରକାର ଆଜି ବିଡିଓଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Leave a Reply

Your email address will not be published. Required fields are marked *