ଗୁଜରାଟରେ ଆମ୍ ଆଦମୀ ପାର୍ଟିକୁ ଝଟକା

Top Storise ଦେଶ- ବିଦେଶ ରାଜନୀତି

ଅହମଦାବାଦ: ମିଶନ ଗୁଜୁରାଟ ପାଇଁ ଆମ୍ ଆଦମୀ ପାର୍ଟି (ଆପ) ଜୋରଦାର ପ୍ରସ୍ତୁତି କରୁଛି । ଆପର ପୋଷ୍ଟର ବୟ କୁହାଯାଉଥିବା ଅରବିନ୍ଦ କେଜ୍ରିଓ୍ୱାଲ ମୋଦୀ-ଶାହଙ୍କ ଗଡ଼ରେ ଶକ୍ତ ପ୍ରଦର୍ଶନ କରୁଛନ୍ତି। ଏହାରି ଭିତରେ ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି) ଆପ ସହ ମେଣ୍ଟ ଭାଙ୍ଗିଛି। ୪ ମାସ ତଳେ ଆପ ସହ ମେଣ୍ଟ କରିଥିଲା ଏହି ଦଳ।  ବିଟିପି ଏପରି କରିବା ପରେ ଆପକୁ ବଡ ଝଟକା ଲାଗିଛି।

ଗୁଜୁରାଟର ମୋଟ ଜନସଂଖ୍ୟାର ପ୍ରାୟ ୧୪.୮ ପ୍ରତିଶତ ଆଦିବାସୀ ଏବଂ ୨୭ ଟି ସିଟ୍ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ। ଆଦିବାସୀ ଅଞ୍ଚଳରେ ବିଟିପିର ଭଲ ପ୍ରଭାବ ରହିଥିବାରୁ ଆପ୍ ମେଣ୍ଟ କରିଥିଲା। ବିଟିପି ନେତା ଛୋଟୁଭାଇ ବସାଓ୍ୱା ନିଜେ ଆପ୍ ସହ ମେଣ୍ଟ ଭାଙ୍ଗିବା କଥା ଘୋଷଣା କରିଛନ୍ତି। ଯେତେବେଳେ କି ଆପର ମୁଖ୍ୟ ଆବାହକ ଗୁଜରାଟ ଗସ୍ତରେ ରହିଛନ୍ତି। ଏଥିସହ ବିଟିପି ବିଜେପି ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।

ଛୋଟୁଭାଇ ବସାଓ୍ୱା କହିଛନ୍ତି ଯଦି ଆପ୍ ସହିତ ମେଣ୍ଟ ରହେ ତେବେ ତାଙ୍କ ସଂଗଠନ କ୍ଷତିଗ୍ରସ୍ତ ହୋଇପାରେ। କୁହାଯାଇଛି ଯେ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ଏବଂ ତାଙ୍କ ଦଳ ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ କରିଛି ଆପ୍। ଏକାକୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିବେ ବୋଲି ଛୋଟୁଭାଇ ବସାଓ୍ୱା କହିଛନ୍ତି । ଏବେ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ ଏବଂ କୌଣସି ଟୋପିବାଲା ସହିତ ଜଡିତ ହେବାକୁ ଚାହୁଁ ନାହୁଁ ବୋଲି କହିଛନ୍ତି। ଏପରି କହି ଉଭୟ ଆପ ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି ଉଭୟ ଗେରୁଆ ଏବଂ ଧଳା ଟୋପି ସମାନ।

ଉଲ୍ଲେଖଯୋଗ୍ୟ, ୨୦୧୭ ରେ କଂଗ୍ରେସ ସହିତ ମେଣ୍ଟ କରି ନିର୍ବାଚନ ଲଢିଥିବା ବିଟିପି ଦୁଇଟି ଆସନ ଜିତିଥିଲା। ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ନିଜର ଉପସ୍ଥିତି ଥିବା ଏହି ଦଳ କହିଛି । ଗୁଜୁରାଟରେ ଏହାର ପ୍ରାୟ ୫ ଲକ୍ଷ ସକ୍ରିୟ ସଦସ୍ୟ ରହିଛନ୍ତି। ଏଭଳି ଅନେକ ଆସନରେ ଦଳର ଭଲ ସ୍ଥିତି ରହିଛି। ଯେଉଁଠାରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ।

ରାଜନୀତିକ ବିଶେଷଜ୍ଞମାନେ କହିଛନ୍ତି ଯେ ବିଟିପି କେବଳ ଦୁଇ ଜଣ ବିଧାୟକଙ୍କ ସହ ଗୋଟିଏ ଛୋଟ ଦଳ ହୋଇପାରେ, କିନ୍ତୁ ଆପ ଏହି ଦଳ ସହ ଥିଲେ ଅନେକ ଲାଭବାନ ହୋଇଥାନ୍ତା।

Leave a Reply

Your email address will not be published. Required fields are marked *