ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ , ଜଣେ ଗିରଫ

Top Storise ଅପରାଧ ରାଜ୍ୟ

କଟକ : ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁରର ଚମ୍ପତି ଗାଁ ନିକଟରୁ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରାଯାଇଛି । ମା ତାରିଣୀ କନଷ୍ଟ୍ରକସନ୍ ନାମକ ଏକ ଘରୋଇ କମ୍ପାନୀ ନକଲି ସିମେଣ୍ଟ କାରଖାନା ଦୀର୍ଘଦିନ ହେବ ଚଳାଉଥିଲେ । ଜଗତପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ।

ଚଢାଉ ସମୟରେ ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ସିମେଣ୍ଟ ଜବତ କରାଯାଇଛି । ଦୁଇଟି ଗୋଦାମରୁ ପ୍ରାୟ ୧ ହଜାରରୁ ଅଧିକ ସିମେଣ୍ଟ ବସ୍ତା ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ କେତେଦିନ ହେଲା ଏଠାରେ ସିମେଣ୍ଟ କାରଖାନା ଚାଲିଥିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଏହି ନକଲି ସିମେଣ୍ଟ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା ବୋଲି ପୋଲିସ ସୁତ୍ରରୁ ଜଣାପଡିଛି। ତେବେ ବର୍ଷ ବର୍ଷ ଧରି ଜଗତପୁର ଥାନା ଅଧିନରେ ବିଭିନ୍ନ ନକଲି ଘିଅ, ଚା ପତି,ଜର୍ଦ୍ଦା ଆଦି କାରଖାନା ବେଆଇନ ଭାବେ ଅସାଧୁ ବେପାରୀମାନେ ଚଳାଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା ହେଲେ ଆଜି ନକଲି ସିମେଣ୍ଟ ଠାବ କରାଯାଇଛି।

Leave a Reply

Your email address will not be published. Required fields are marked *