ଦୁର୍ବଳ ହେଉଛି ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା, ହାତ ଛାଡୁଛନ୍ତି ସାଥୀ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଏକ ମାସ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ୭ ମାସ ତଳେ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ । ପ୍ରଶାସକ ବ୍ରିଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସନା ଦେବା ପରେ ଏହି ଧାରଣା ପ୍ରତ୍ୟାହାର ହୋଇଥିଲା […]

Continue Reading

ଅପମିଶ୍ରଣ ରୋକିବାକୁ ସାରା ଦେଶରେ ଦୁଗ୍ଧ ଜାତ ସାମଗ୍ରୀର ପରୀକ୍ଷା କରିବ ଏଫଏସଏସଏଆଇ

ନୂଆଦିଲ୍ଲୀ: କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣକୁ ରୋକିବା ପାଇଁ ଚାଲିଥିବା ପ୍ରୟାସରେ ଦେଶର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଗୁରୁବାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଦେଶବ୍ୟାପୀ ପରୀକ୍ଷା କରିବ ବୋଲି କହିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ କୁହାଯାଇଛି ଯେ, ଏହି ସର୍ବ ଭାରତୀୟ ସର୍ଭେଲାନ୍ସ ରାଜ୍ୟର ସମସ୍ତ ଜିଲ୍ଲା ଓ କେନ୍ଦ୍ରଶାସିତ ଅଞ୍ଚଳରେ ଉଭୟ ସଙ୍ଗଠିତ ଓ ଅଣସଙ୍ଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ କରି ବ୍ୟାପକ ଭାବେ […]

Continue Reading

ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଯୋଗଦେବେ ୨୫ଟି ରାଜନୈତିକ ଦଳ- ସୂତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏନେଇ ଗତ ୧୮ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବୟକଟ ଘୋଷଣା କରାଯାଇଥିଲା । ଏପରିକି ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଯାଚିକା ଦାୟର ହୋଇଥିଲା […]

Continue Reading

୪୪ ଡିଗ୍ରୀରେ ଭାଜି ହେଲା ନୂଆପଡ଼ା, ୨୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଆଜି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୫ ସହରରେ ପାରଦ ୪୦ ପାର୍ ହୋଇଥିବା ବେଳେ ୪୪ ଡିଗ୍ରୀ ତାପମାତ୍ରାରେ ଟକ୍ ଟକ୍ ହୋଇ ଫୁଟିଛି ନୂଆପଡ଼ା । ପଶ୍ଚିମ ସହ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଉପକୂଳବାସୀ ଗୁଳୁଗୁଳିରେ ଡହଳ ବିକଳ ହେଉଛନ୍ତି । ଝାରସୁଗୁ଼ଡ଼ାରେ ଆଜି ପାରଦ ୪୩.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ତାଳଚେରରେ ୪୩.୨ ଡିଗ୍ରୀ, […]

Continue Reading

ପ୍ରତି ପଞ୍ଚାୟତରେ ଚାଲିବ ‘ମୋ ବସ୍’, ସୂଚନା ଦେଲେ ପରିବହନ ସଚିବ

ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ମୋ ବସ୍ ଚାଲିବାର ନିଷ୍ପତ୍ତି ନିଆଯାଇଛି । ଏବେ ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ମୋ ବସ୍ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ଏପରି ବସ୍ ସୁବିଧା ନଥିବାରୁ ରାଜ୍ୟ ସରକାର ଏପରି ପଦକ୍ଷେପ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ଳକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପରିବହନ ସୁବିଧା ଯୋଗାଇ ଦିଆଯିବ । ପ୍ରଥମ ଫେଜରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ଚାଲିବ […]

Continue Reading

ବଦଳିଲା ମାଟ୍ରିକ୍ ବୋର୍ଡ ପରୀକ୍ଷା ଢାଞ୍ଚା, ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ୍ ବୋର୍ଡ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି । କୋଭିଡ୍ ପୂର୍ବଭଳି ଚଳିତବର୍ଷରୁ ବାର୍ଷିକ ପରୀକ୍ଷା ହେବ । ସମସ୍ତ ସରକାରୀ ହାଇସ୍କୁଲରେ ଦଶମ ପଢ଼ୁଥିବା ଛାତ୍ରଛାତ୍ରୀ ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ । ମହାମାରୀ କୋଭିଡ୍ ପରେ ବୋର୍ଡ ପକ୍ଷରୁ ବାର୍ଷିକ ୨ଟି ସମ୍ମେଟିଭ୍ ପରୀକ୍ଷା ଗତ ୨ ବର୍ଷ ହେଲା ଅନୁଷ୍ଠିତ ହେଉଥିଲା । ତେବେ ଚଳିତବର୍ଷରୁ ସମ୍ମେଟିଭ୍ ପରିବର୍ତ୍ତେ ପୁରୁଣା ପରୀକ୍ଷା ବ୍ୟବସ୍ଥାକୁ ଆପଣାଯିବ ବୋଲି […]

Continue Reading

ଜୁଲାଇ ୩ ତାରିଖରେ ସପ୍ଲିମେଣ୍ଟାରୀ: ମେ’ ୨୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଦୁଇ ବର୍ଷ ପରେ ପୁଣିଥରେ ଛାତ୍ରଛାତ୍ରୀଙ୍କ ପାଇଁ ଫେରୁଛି ସପ୍ଲିମେଣ୍ଟାରୀ ପରୀକ୍ଷା । ଗତବର୍ଷ ଏହି ପରୀକ୍ଷା ବନ୍ଦ କରାଯାଇଥିବା ବେଳେ ଚଳିତବର୍ଷ ପୁଣଇଥରେ ଏହାକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ ଆସନ୍ତ ମେ’ ୨୬ ତାରିଖ ଆବେଦନ କରିପାରିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ତେବେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ଜୁଲାଇ […]

Continue Reading

ହେଲମେଟ୍ ପିନ୍ଧି ବାଇକ୍‌ରେ ଗଲା କୁକୁର, ଲୋକଙ୍କୁ କଲା ସଚେତନ

ଚେନ୍ନାଇ: କୁକୁର ଓ ମଣିଷ ଭିିତରେ ସମ୍ପର୍କ ଘନିଷ୍ଟ ହୋଇଥାଏ । ସେଥିଲାଗି ଅନେକ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ତାଙ୍କ କୁକୁରକୁ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇଥାନ୍ତି । ତାର ସୁରକ୍ଷା ନେଇ ମଧ୍ୟ ଲୋକେ ଚିନ୍ତା କରନ୍ତି । ଏବେ ଏକ ପୋଷା କୁକୁର ହେଲମେଟ୍ ପିନ୍ଧି ମାଲିକ ସହ ବାଇକ୍‌ରେ ବସି ଯାଉଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ […]

Continue Reading

ଓଡିଶାବାସୀ ପାଇବେ ୯ ଲକ୍ଷ ଆବାସ ଘର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ନିଷ୍ପତ୍ତି

ଭୁବନେଶ୍ୱର: ଖୁବଶୀଘ୍ର ଗରିବ ଖଟିଖିଆଙ୍କ ମୁଣ୍ଡ ଉପରେ ତିଆରି ହେବ ପକ୍କା ଛାତ । ରାଜ୍ୟରେ ରାଜ୍ୟବାସୀଙ୍କୁ ସେମାନଙ୍କର ୯ ଲକ୍ଷ ଆବାସ ଘର ବଣ୍ଟାଯିବ ବୋଲି ଘୋଷଣା କରାଯାଇଛି । ଓଡିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର ଖୁବଶୀଘ୍ର ପ୍ରକୃତ ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ବାଣ୍ଟି ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ […]

Continue Reading

ଟିଏମସି ଅଫିସ ଉପରେ ଚାଲିଲା ବୁଲଡୋଜର

ମୁର୍ଶିଦାବାଦ: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ପ୍ରଶାସନ ଏକ ଅବୈଧ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇଛି । ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଟିଏମସି କୌଣସି କାର୍ଯ୍ୟାଳୟ ଏ ଭଳି ଭାବେ ଭଙ୍ଗାଯାଇଛି । କଲିକତା ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ଟିଏମସି ପାର୍ଟି କାର୍ଯ୍ୟାଳୟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲପାଳଙ୍କ ସହ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଏହାକୁ ଭଙ୍ଗାଯିବା ବେଳେ ଉପସ୍ଥିତ ଥିଲେ । କିଛି ଦଳୀୟ ନେତା ଏହାକୁ ନ ଭାଙ୍ଗିବା […]

Continue Reading