ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ

Top Storise ରାଜ୍ୟ

ଭୁବନେଶ୍ୱର :ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ । ଖଣ୍ଡଗିରି ନିକଟ ଡୁମୁଡୁମାରେ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ପୋଲିସ ପ୍ରଶାସନ ଅଟକାଇଛି । ପୋଲିସ , ଚାଇଲ୍ଡ ଲାଇନ ଓ ସିଡିପିଓ ସନ୍ଧ୍ୟାରାଣୀ ଦେବୀ ସୂଚନା ପାଇ ମିଳିତ ଭାବେ ଚଢାଉ କରି ବାଲ୍ୟ ବିବାହକୁ ଅଟକାଇଥିଲେ । ଉଦ୍ଧାର ନାବାଳିକାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।

ଶିଶୁଟିର ବୟସ ହୋଇନଥିବା ବେଳେ ତାକୁ ବିବାହ କରାଯାଉଥିଲା ।ଖଣ୍ଡଗିରି ପୋଲିସ ସହାୟତାରେ ଚାଇଲ୍ଡ ଲାଇନ ପୋଲିସ ଶିଶୁଟିର ଘରେ ପହଁଞ୍ଚି ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନ ସଦସ୍ୟ ନେଇଯାଇଛନ୍ତି ।ସୂଚନା ଅନୁସାରେ ବିବାହ କରୁଥିବା ଶିଶୁଟି ୨୦୦୫ ରେ ଜନ୍ମ ହୋଇଛି । କିନ୍ତୁ ଆଧାରକାର୍ଡରେ ୨ହଜାର ମସିହା ରହିଛି । ନକଲି ଆଧାର କାର୍ଡ ଦେଖାଇ ବିବାହ କରାଯାଉଥିଲା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *