ବାବା ଧବଳେଶ୍ବରଙ୍କ ଭର୍ଚୁଆଲ୍‌ ଦର୍ଶନ ଆଜିଠୁ

Top Storise ରାଜ୍ୟ

ଆଠଗଡ଼ :ବାବା ଧବଳେଶ୍ବରଙ୍କ ଭର୍ଚୁଆଲ୍‌ ଦର୍ଶନ ଆଜିଠୁ କରିବେ ଭକ୍ତ। ବିପଦପୂର୍ଣ୍ଣ ଝୁଲା ପୋଲ ପାଇଁ ଧବଳେଶ୍ବର ପୀଠ ଯିବା ବାରଣ ହୋଇଛି । ସ୍ଥାନୀୟ ଅଞ୍ଚଳରେ 144 ଧାରା ଲାଗିଛି । ମନ୍ଦିର ଭକ୍ତମାନେ ଯାଇପାରିବେ ନାହିଁ । କାର୍ତ୍ତିକ ମାସରେ ପଞ୍ଚୁକ ପର୍ବ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ବାବା ଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେବ ଭର୍ଚୁଆଲ୍ ଦର୍ଶନ ବ୍ୟବସ୍ଥା।

ପୂଜକମାନଙ୍କ ବିରୋଧ ଯୋଗୁଁ ଏବେ ଆଉ ଝୁଲା ପୋଲ ନିକଟରେ ଏଲ୍‌ଇଡି ଲାଗିବା ବ୍ୟବସ୍ଥା କରା ନଯାଇ ମୁଖ୍ୟ ପ୍ରବେଶ ପଥ, ପାଇକରାପୁର ଛକରେ ଲାଗିବ ବୋଲି ଜଣାପଡ଼ିଛି।

ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ବରଙ୍କ ବଡ଼ ସିଂହାର ବେଶ ଆଜିଠୁ ଭର୍ଚୁଆଲ ମୋଡରେ ଦର୍ଶନ କରିପାରିବେ। ଏହାସହିତ ଝୁଲାପୋଲ ପାର୍ଶ୍ବବର୍ତ୍ତୀ ସ୍ଥାନରେ ଦୋକାନ ବନ୍ଦ ଥିବାରୁ ଗଜ ଭୋଗ ଅଥବା ଶୁଖିଲା ଭୋଗ ମିଳିବନି । ଶ୍ରଦ୍ଧାଳୁମାନେ କେବଳ ପୂଜକମାନଙ୍କ ମାଧ୍ୟମରେ ଗଜ ଭୋଗ ଅଥବା ଶୁଖିଲା ଭୋଗ ପାଇପାରିବେ। ଯେଉଁସବୁ ଦୋକାନ ଖୋଲିବ, ତାହା ମୁଖ୍ୟ ରାସ୍ତା କଡରେ ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *