ଟିକାକରଣକୁ ନେଇ ବାବା ରାମଦେବଙ୍କ ମନ ପରିବର୍ତ୍ତନ; କହିଲେ ଖୁବ୍‌ ଶୀଘ୍ର ନେବେ ଟିକା

Top Storise ଦେଶ- ବିଦେଶ

ଡେରାଡୁନ୍‌: କିଛିଦିନ ତଳେ କରୋନା ବିରୋଧରେ ଏଲୋପାଥି ଔଷଧ ପ୍ରୟୋଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ। କିନ୍ତୁ ହଠାତ୍‌ ଟିକାକରଣକୁ ନେଇ ବଦଳିଗଲା ଯୋଗ ଗୁରୁ ବାବା ରାମଦେବଙ୍କ ମନ। ସେ ଏବେ ଟିକା ନେବାକୁ ପ୍ରସ୍ତୁତ ଅଛନ୍ତି। ସେ ଖୁବ୍‌ ଶୀଘ୍ର କରୋନା ଟିକା ନେବେ ବୋଲି କହିଛନ୍ତି ବାବା ରାମଦେବ।

ପୂର୍ବରୁ ଯୋଗ ଏବଂ ଆୟୁର୍ବେଦର ସୁରକ୍ଷା କବଚ ତାଙ୍କ ପାଖରେ ଥିବାରୁ ତାଙ୍କର ଟିକାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ବାବା ରାମଦେବ। କିନ୍ତୁ ସେ ଖୁବ୍‌ ଶୀଘ୍ର ଟିକା ନେବେ। ଏହାସହ ଡାକ୍ତରମାନଙ୍କୁ “ପୃଥିବୀରେ ଈଶ୍ବରଙ୍କ ଦୂତ” ଭାବରେ ବର୍ଣ୍ଣନା ମଧ୍ୟ କରିଛନ୍ତି ରାମଦେବ।

ଜୁନ୍ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁ ନାଗରିକଙ୍କୁ ମାଗଣା ଟିକା ଘୋଷଣାକୁ ସ୍ୱାଗତ କରି ରାମଦେବ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ସମସ୍ତଙ୍କୁ ଟୀକାକରଣ କରିବାକୁ ନିବେଦନ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *