୨୦୨୨ରେ ରିଲିଜ କରିବ ଫିଲ୍ମ ‘ବଧାଇ ଦୋ’

ମନୋରଞ୍ଜନ

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ବଧାଇ ହୋ’ ର ୩ ବର୍ଷ ପରେ ଜଙ୍ଗଲି ପିକ୍ଚର୍ସ ଏହାର ସିକ୍ୱେଲ୍ ‘ବଧାଇ ଦୋ’ ରିଲିଜ୍ ହେବାକୁ ଯାଉଛି। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ରିଲିଜ୍ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ଏଥିରେ ରାଜ କୁମାର ରାଓ ଓ ଭୁମି ପେଡ୍‌ନେକର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଚଳଚ୍ଚିତ୍ରରେ ସୀମା ପହୱା, ଶିବା ଚଢା, ଲଭଲିନ୍ ମିଶ୍ରା, ନୀତୀଶ ପାଣ୍ଡେ, ଶଶି ଭୂଷଣ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ।

ଚଳଚ୍ଚିତ୍ର ନିର୍ମାତାମାନେ ଆନୁଷ୍ଠାନିକ ଭାବରେ ୨୦୨୨ ରିପବ୍ଲିକ୍ ଡେ ୱିକେଣ୍ଡରେ ‘ବଧାଇ ଦୋ’ର ପ୍ରେକ୍ଷାଳୟ ରିଲିଜ ସମ୍ପର୍କରେ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *