ଏସଟିଏଫ ଜାଲରେ ଫସିଗଲା ବାଘା, ମିଳିଲା ୨କୋଟିର ଟଙ୍କାର ବ୍ରାଉନସୁଗାର

Top Storise ରାଜ୍ୟ

ଭୁବନେଶ୍ୱର: ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ଡିଲ୍। ଆଗରୁ ଛକି ବସିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍। ୨ କୋଟିର ଡିଲ ବେଳେ ମାଡି ବସିଲା ଏସଟିଏଫ ଟିମ। ରାଜଧାନୀସ୍ଥିତ ଏମସ ହସ୍ପିଟାଲ ନିକଟରୁ ୨ କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ୍। ଗିିରଫ ତିନି ଅଭିଯୁକ୍ତ ହେଲେ ରଣସିଂହପୁରର ଭାଗିରଥି ଭଟ୍ଟ ଓରଫ ବାଘା ,ବାଲିପାଟଣାର ବିଶ୍ୱଜିତ ନାୟକ, ଡୁମୁଡୁମାର‌ ଚନ୍ଦନ ମଲ୍ଲିକ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୁଲ୍ୟ ୨କୋଟିରୁ ଅଧିକ ହେବ ବୋଲି କୁହାଯାଉଛି।

ଗୁଇନ୍ଦା ରିପୋର୍ଟ ଆଧାରରେ ଏସଟିଏଫ ଆଜି ଏହି ରେଡ୍ କରିଥିଲା। ଏହି ସମୟରେ ୨ କିଲୋଗ୍ରାମ ୫୮ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଉଦ୍ଧାର କରାଯାଇ ସେମାନଙ୍କ ନିକଟରୁ ଜବତ କରାଯାଇଥିଲା। ଏବଂ ଜିଲ୍ଲା ଏବଂ ସେସନ୍ସ କୋର୍ଟକୁ ପଠାଯାଇଛି।

ନାର୍କୋଟିକ୍ ଡ୍ରଗ୍ସ ଔଷଧ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ ଜାରି ରଖିଛି। ୨୦୨୦ ପରଠାରୁ ଏସଟିଏଫ ୫୪ କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର , ୨୦୨ ଗ୍ରାମ କୋକେନ୍ ଏବଂ ୧୦୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜା, ଅଫିମ ୭୫୦ ଗ୍ରାମ ଜବତ କରିଛି ଏବଂ ୧୫୦ ରୁ ଅଧିକ ଡ୍ରଗ୍ ଡିଲର ବା ବେପାରୀଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *