ଗଛ ଉପରେ ଭାଲୁୁ, ଆତଙ୍କିତ ଲୋକେ

Top Storise ରାଜ୍ୟ

ନବରଙ୍ଗପୁର: ଗାଁ ମୁହାଁ ଭାଲୁ । ଆତଙ୍କିତ ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡ଼ା ୟୁଭି ୧୧ଗ୍ରାମକୁ ଏକ ଭାଲୁ ପଶିଆସିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇଥିବା କୁହାଯାଇଛି । ଭାଲକୁ ଟେକା ପଥର ମାରିବାରୁ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ିଯାଇଛି । ଖବର ପାଇ ବନ ବିଭାଗ ଭାଲୁଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ । ସ୍ଥାନୀୟ ଲୋକେ ଭୟବୀତ ଅବସ୍ଥାରେ ଅଛନ୍ତି । ଖୁବ୍ ଶୀଘ୍ର ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *