ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା

Top Storise ରାଜ୍ୟ

ଭୁୁବନେଶ୍ୱର : ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା । ଯାତ୍ରୀ ମାନଙ୍କୁ ଉଚ୍ଚ ଗୁଣବତ୍ତ। ଏବଂ ପୃଷ୍ଟି କର ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ‘FSSAI’ ଦ୍ୱାରା ପ୍ରମାଣପତ୍ର ମିଳିଛି । ପ୍ରମାଣ ପତ୍ର ପାଇବାରେ ଭାରତୀୟ ରେଳବାଇର ଏହା ହେଉଛି ଷଷ୍ଠ ଷ୍ଟେସନ ।

ଯାତ୍ରୀମାନଙ୍କୁ ଉଚ୍ଚମାନର, ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ ର ଭୁବନେଶ୍ୱର ରେଳ ଷ୍ଟେସନକୁ “ଇଟ ରାଇଟ ” ଷ୍ଟେସନ ଭାବରେ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି । ୧ ରୁ ୫ ପର୍ୟ୍ୟନ୍ତ ରେଟିଂ ସହିତ ‘FSSAI’ ଦ୍ୱାରା ନିୟୋଜିତ ଥାର୍ଡ ପାର୍ଟି ଅଡିଟ୍ ଏଜେନ୍ସିର ସର୍ଭେ ପରେ ଏହି ମାନ୍ୟତା ପତ୍ର ଭୁବନେଶ୍ୱର ରେଲୱେ ଷ୍ଟେସନ୍ କୁ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ଷ୍ଟେସନ ୪ ରେଟିଂ ହାସଲ କରିଛି ।

୪-ରେଟିଂ ରେଳବାଇ ଯାତ୍ରୀମାନଙ୍କ ପାଇଁ ନିରାପଦ ତଥା ସ୍ୱଚ୍ଛ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ଏକ ବଳିଷ୍ଠ ପ୍ରୟାସ । ଭୁବନେଶ୍ୱର ରେଳ ଷ୍ଟେସନରେ ଥିବା ସମସ୍ତ କ୍ୟାଟରିଂ ଷ୍ଟଲରେ ଖାଦ୍ୟ ଲାଇସେନ୍ସ ପ୍ରମାଣପତ୍ର ଏବଂ ବିକ୍ରେତାଙ୍କ ପାଖରେ ମେଡିକାଲ ଫିଟନେସ୍ ସାର୍ଟିଫିକେଟ୍ ରହିଛି ।

ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଏକ କାର୍ୟ୍ୟକ୍ରମରେ ୟାମିନୀ ସରଙ୍ଗୀ, ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କମିଶନର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଡିଭିଜନାଲ ରେଳ ମ୍ୟାନେଜର ଶ୍ରୀ ରିଙ୍କେଶ ରଓୟଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଶ୍ରୀ ରିଙ୍କେଶ ରଓୟ କହିଛନ୍ତି ଯେ ଖୋର୍ଦ୍ଧା ରୋଡ଼ ଡିଭିଜନ ପାଇଁ ଏହା ଏକ ଗର୍ବର ବିଷୟ ଏବଂ ଭବିଷ୍ୟତରେ ଭୁବନେଶ୍ୱର ଷ୍ଟେସନରେ ଆମର ମୂଲ୍ୟବାନ ଯାତ୍ରୀଙ୍କ ପାଇଁ ସ୍ୱଚ୍ଛତା ଏବଂ ଖାଦ୍ୟ ଗୁଣର ମାନ ବଜାୟ ରଖିବା ପାଇଁ ଆମକୁ ଅଧିକ ଦାୟିତ୍ୟବାନ ହେବାକୁ ପଡ଼ିବ।

ସେ କହିଲେ ଯେ ପୁରୀ, କଟକ ଓ ଡିଭିଜନର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ କୁ “ଇଟ ରାଇଟ ” ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ କରାଯିବ। ଡ଼କ୍ଟର ପି .କେ. ମହାପାତ୍ର, ନିର୍ଦ୍ଦେଶକ ଖାଦ୍ୟ ନିରାପତ୍ତା, ଶ୍ରୀ ବି.ଜି.ଏସ୍ ରାଓ, ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସି.ଏମ.ଏସ୍), ଶ୍ରୀ ଅମିତେଶ ଆନନ୍ଦ, ଡିଭିଜନାଲ କମର୍ସିଆଲ୍ ମ୍ୟାନେଜର, ଖୋର୍ଦ୍ଧା ରୋଡ଼ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଚଣ୍ଡିଗଡ଼, ଆନନ୍ଦ ବିହାର ଟର୍ମିନାଲ, ଛତ୍ରପତି ଶିବାଜୀ ଟର୍ମିନାସ, ମୁମ୍ବାଇ ସେଣ୍ଟ୍ରାଲ ଏବଂ ଭଦୋଦରା ରେଳ ଷ୍ଟେସନ ପରେ  ଭୁବନେଶ୍ୱର ରେଳ ଷ୍ଟେସନକୁ ଏହି ପ୍ରମାଣ ପତ୍ର ମିଳିଛି ।

Leave a Reply

Your email address will not be published. Required fields are marked *