ବଡ଼ଭାଇକୁ ହାଣିଲା ସାନଭାଇ: ହତ୍ୟାପରେ ଫେସବୁକରେ ପୋଷ୍ଟ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଜ ଭାଇକୁ ହାଣି ହତ୍ୟା କରିଛି ଆଉ ଜଣେ ଭାଇ।ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ପରେ ସମସ୍ତେ ଖୁସି ଅଛନ୍ତି କି ନାହିଁ ବୋଲି ଫେସବୁକରେ ପୋଷ୍ଟ ମଧ୍ୟ କରିଛି ଅଭିଯୁକ୍ତ। ଏହି ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳରେ ।

ବୋତଣ୍ଡା ଅଞ୍ଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ସାମାନ୍ୟ କଳହକୁ କେନ୍ଦ୍ରକରି ସାନଭାଇ ବଡ଼ଭାଇକୁ ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ନେଇ ଏୟାରଫିଲଡ ଥାନାରେ ଅଭିଯୋଗ ହୋଇଛି। ଖଣ୍ଡାରେ ହାଣି ସାରିବା ପରେ, ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବରେ ଆକ୍ରମଣର ଫୁଟେଜ ସାମ୍ନାକୁ ଆସିଛି।

ବଡ଼ଭାଇକୁ ହାଣି ସାରିବା ପରେ, ଅଭିଯୁକ୍ତ ସିଗାରେଟ ଟାଣି ଭିଲେନ ଭଳି ପୋଜ ଦେଇ ଫେସବୁକରେ ‘ପକା ଖୁସି ତ’ ବୋଲି ଲେଖି ପୋଷ୍ଟ କରିଛି ।

ଘଟଣା ପରେ କୋଭିଡରେ ଆକ୍ରାନ୍ତ ସ୍ତ୍ରୀ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ, ରାକେଶ ଓରଫ ରାକା ନାଁରେ ଥାନାରେ ଅଭିଯୋଗ କରିବା ସହ ସେ ଆତଙ୍କିତ ଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *