ବଲିଉଡ୍‌କୁ ନେଇ ମହିମାଙ୍କ ବଡ଼ ଖୁଲାସା; କହିଲେ…

ଦେଶ- ବିଦେଶ

ନୂଆଦିଲ୍ଲୀ: ଫିଲ୍ମ ପରଦାରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ମଧ୍ୟ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି। ଏକ ସାକ୍ଷାତକାରରେ ମହିମା ବଲିଉଡ୍‌ ବଡ଼ ଗୁମର ଫିଟାଇଛନ୍ତି।

ମହିମା ଚୌଧୁରୀ କହିଛନ୍ତି, ‘ମୁଁ ଅନୁଭବ କରୁଛି ଯେ ପୂର୍ବ ତୁଳନାରେ ଅଭିନେତ୍ରୀମାନେ ମଧ୍ୟ ଭଲ ଭୂମିକା ଏବଂ ସୁଯୋଗ ପାଇଛନ୍ତି। ସେମାନେ ଭଲ ଅଂଶ ଗ୍ରହଣ କରୁଛନ୍ତି, ଭଲ ଟଙ୍କା ପାଉଛନ୍ତି, ଭଲ ବ୍ରାଣ୍ଡ୍‌ ପାଇଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ସ୍ଥିତିରେ ଅଛନ୍ତି। ଏହା ସହିତ, ବର୍ତ୍ତମାନ ସେମାନେ ପୂର୍ବ ଅପେକ୍ଷା ଅଧିକ ସମୟ କାମ କରିପାରିବେ।

ମହିମା ଆହୁରି କହିଛନ୍ତି ଯେ, ‘ପୂର୍ବରୁ ଯଦି ତୁମେ ଡେଟ୍‌ କରୁଛ ତେବେ ଏହା ତମ କାମ ଉପରେ ପ୍ରଭାବ ପକାଉଥିଲା। ଯଦି ତୁମେ କାହାକୁ ଡେଟ କରୁଛ, ତେବେ ଲୋକମାନେ ଲେଖୁଥିଲେ ଯେ ସେମାନେ କେବଳ ଭର୍ଜିନ ଚାହୁଁଛନ୍ତି ଯିଏ କେବେ କାହାକୁ କିସ୍‌ ମଧ୍ୟ କରିନଥିବେ। ଅନ୍ୟ ପଟେ, ଯଦି ତୁମେ ବିବାହିତ ତେବେ ତୁମର କ୍ୟାରିଅର୍ ସରିଗଲା ବୋଲି ଜାଣ ଏବଂ ଯଦି ତୁମର ସନ୍ତାନ ଅଛି ତେବେ ସଂପୂର୍ଣ୍ଣ ଭାବରେ ସବୁକିଛି ଶେଷ ହୋଇଗଲା ବୋଲି ଭାବିନିଅ।

Leave a Reply

Your email address will not be published. Required fields are marked *