ପଞ୍ଜାବ କଂଗ୍ରେସକୁ ବଡ ଝଟ୍‌କା; ପଞ୍ଜାବ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ଦଳକୁ ବଡ଼ ଝଟ୍‌କା। ପଞ୍ଜାବ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ। ତେବେ ସେ ଦଳରେ ରହିବା କଥା କହିଛନ୍ତି। ଚିଠି ମାଧ୍ୟମରେ ଇସ୍ତଫା ସମ୍ପର୍କରେ ସିଦ୍ଧୁ ସୋନିଆ ଗାନ୍ଧୀଙ୍କୁ ସୂଚନା ଦେଇଛନ୍ତି।

ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ପତ୍ରରେ ସେ କହିଛନ୍ତି, ‘ଜଣେ ବ୍ୟକ୍ତିଙ୍କ ଚରିତ୍ରର ଅବନତି ଆପୋଷ ବୁଝାମଣା ଠାରୁ ଆରମ୍ଭ ହୁଏ। ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର କଲ୍ୟାଣର ଏଜେଣ୍ଡା ଉପରେ ମୁଁ କଦାପି ଆପୋଷ ବୁଝାମଣା କରିପାରିବି ନାହିଁ। ତେଣୁ ମୁଁ ପଞ୍ଜାବ କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଉଛି। ମୁଁ କଂଗ୍ରେସର ସେବା ଜାରି ରଖିବି।

Leave a Reply

Your email address will not be published. Required fields are marked *