ବୀରଭୂମି ହିଂସା : ୨୧ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କଲା ସିବିଆଇ

Top Storise ରାଜ୍ୟ

ବୀରଭୂମି: ବୀରଭୂମି ହିଂସା ସାରା ଦେଶରେ ଏବେ ଆଲୋଡନ ସୃଷ୍ଟି କରିଛି । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ୨୧ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ୭୦ ରୁ୮୦ ଲୋକ ପୀଡିତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ଏହା ପରେ ବାହାରପଟୁ ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ ।

ସିବିଆଇର ତଦନ୍ତ ଅଭିଯୁକ୍ତଙ୍କୁ ଅଡୁଆରେ ପକାଇଛି । ମାର୍ଚ୍ଚ ୨୧ରେ ଅଭିଯୁକ୍ତମାନେ ବୋଗତୁଇ ଗ୍ରାମରେ ଘର ବାହାରେ ତାଲା ପକାଇ ୮ଜଣଙ୍କୁ ପୋଡି ମାରି ଦେଇଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଶୁକ୍ରବାର ଏହାର ଶୁଣାଣୀ କରି ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *