ବିଜେଡିରେ କମ୍ପନ: ସନା ନିଲମ୍ବିତ, ଜାଣନ୍ତୁ କାରଣ…

Top Storise ରାଜନୀତି

ଭୁବନେଶ୍ୱର: ବିଜେଡି ଦୁଇଜଣ ବିଧାୟକ ହରାଇ କଣ ପ୍ରମାଣିତ କରିବାକୁ ଚାହୁଁଛି। କେନ୍ଦୁଝରରେ କିଛି କରିନାହିଁ ପ୍ରମାଣିତ। ଆଉ ଦିଲ୍ଲୀପ ରାୟ ରାଜ୍ୟ ସଭା ଯାଆନ୍ତୁ ବୋଲି ରାସ୍ତା ଖୋଲା? ଏକଥା ଆମେ ଏଥିପାଇଁ କହୁଛୁ, ଗତ ଗୁରୁବାର ଯେଉଁ ଦୁଇ ଜଣଙ୍କୁ ବିଜେଡି ନିଲମ୍ବନ କରିଥିବା କହିଛି ତାଙ୍କୁ ନେଇ ଏବେ ବେଶ ଚର୍ଚ୍ଚା।

ଆସନ୍ତୁ ଖୋଜିବା କାରଣ, ଘଟଣା ନମ୍ୱର୍ ଏକ: ୨୦୧୪ ରୁ ଏଯାବତ୍ କେବେ ବି ସନା ମହାକୁଡ ବିଜେଡିର ଗୁଣ ଗାନ କରିନାହାନ୍ତି। ୨୦୧୬ ରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ କଲେଜ ରାଜନୀତିରେ ସନା ସେନା ବିଜେଡିକୁ ପଛରେ ପକାଇ ଆଗକୁ ବଢିଥିଲେ। ମୁଖ୍ୟତଃ ତତ୍କାଳୀନ ପାୱାର ଫୁଲ ନେତା ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଅଞ୍ଚଳରେ ତାଙ୍କର ଦବଦବା ବଢ଼ି ଯାଇଥିଲା।

ଆଉ ତାପରେ ପଞ୍ଚାୟତ ନିର୍ବାଚନରେ ଲଢେ଼ଇ ଆହୁରି ଜୋର୍ ହେଇଥିଲା। ଯେହେତୁ ସେତେବେଳେ ସନା ମହାକୁଡଙ୍କ ପୁଅଙ୍କୁ ନେଇ ଏକ ସମସ୍ୟା ଦେଖା ଦେଲା ସେ ଟିକେ ନିରବି ଗଲେ। ଆଉ ତାପରେ ତାଙ୍କ ୨୦୧୯ ରେ ତାଙ୍କ ସମର୍ଥନରେ ବିଜେଡି ବିଧାୟିକା ମିନାକ୍ଷୀ ମହାନ୍ତ ଓ ସାଂସଦ ଚନ୍ଦ୍ରଣୀ ମୁର୍ମୁ ନିର୍ବାଚନ ଜିତିଥିଲେ। କିନ୍ତୁ ମାତ୍ର କିଛି ଦିନ ପରେ ମିନାକ୍ଷୀ ସନାଙ୍କ ଠାରୁ ଦୁରେଇ ଗଲେ। ଯେଉଁଥିପାଇଁ ୨୦୨୪ ରେ ସନା କାହା ଉପରେ ଭରସା କରି ପାରିଲେ ନାହିଁ।

ସେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେଡିରେ ନ ମିଶି ମଧ୍ୟ ବିଜେଡି ଚମ୍ପୁଆ ପାଇଁ ତାଙ୍କ ନାମ ଘୋଷଣା କରିଥିଲା। କିନ୍ତୁ ସେ ଆନୁସଙ୍ଗିକ ଭାବେ କେବେ ବିଜେଡ଼ିରେ ଯୋଗ ଦେଇ ନାହାନ୍ତି। ନିର୍ବାଚନ ଜିତିବା ପରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ବି ଯାଇ ନଥିଲେ। କିନ୍ତୁ ସେ ପୂର୍ବରୁ ନିଜ ଅଞ୍ଚଳ ପାଇଁ କାମ କରୁଥିଲେ ଆଉ ଏବେ ନୂଆ ସରକାର ଆସିବା ପରେ ମଧ୍ୟ ନିଜର କାମ ବଳବତ୍ତର ରଖିଥିଲେ।

ଏପରିକି ବିଭିନ୍ନ କର୍ଯ୍ୟରେ କେନ୍ଦୁଝରର ନେତାଙ୍କ ସହ ରହୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜିଲ୍ଲା କାର୍ଯ୍ୟରେ ବି ରହୁଥିଲେ। ଆଉ ସୁବିଧା ଦେଖୀ ବିଜେଡି କୁ ଅକଳରେ ପକାଉଥିଲେ। ବୋଧହୁଏ ସେଇ କାରଣରୁ ସେ ଯୋଗ ଦେଇ ନଥିବା ଦଳରୁ ତାଙ୍କୁ ନିଲମ୍ୱିତ କରଯାଇଛି। ଏ ତ ଥିଲା କେନ୍ଦୁଝର ଚମ୍ପୁଆ କଥା ଆଉ ଏକ ଖବର ରେ ଆମେ ଟିକେ ପାଟକୁରା କଥା ନଜର ପକାଇବା।

Leave a Reply

Your email address will not be published. Required fields are marked *