ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡିର ଛାତ୍ର ଓ ଯୁବନେତା

Top Storise ରାଜ୍ୟ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ବିଜେଡିର ରଣନୀତି । ଘରେ ପହଁଞ୍ଚିବ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ।ଏହାକୁ ଲୋକଙ୍କ ପହଞ୍ଚାଇବ ବଜେଡି ଯୁବଛାତ୍ର ସଂଗଠନର କର୍ମକର୍ତ୍ତା । ଏନେଇ ରାଜଧାନୀ ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀରେ ସାମିଲ ହୋଇ ଶପଥ ନେଇଛନ୍ତି ଛାତ୍ର ଓ ଯୁବ ନେତା।

ଆଜି ବରମୁଣ୍ଡା ପଡ଼ିଆରେ ଚାଲିଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଜେଡିର ଆଗଧାଡିର କର୍ମକର୍ତ୍ତା । ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବା ଓ ବିଭିନ୍ନ ଓାର୍ଡ ଗୁଡିକରେ ସଂଗଠନ ଅଧିକ ମଜବୁତ କରିବାରେ ପ୍ରମୁଖ ଭୂମିକା ନେବେ ଛାତ୍ର ଓ ଯୁବ ନେତା ଯୋଗଦେଇଥିଲେ ।

ଅନ୍ୟପଟେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ବିଧାୟକ ଅନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ସାମିଲ ହୋଇଥିଲେ । ନିର୍ବାଚନ ପୂର୍ବରୁ ଓ୍ବାର୍ଡ ଗୁଡ଼ିକରେ ସଂଗଠନ ଅଧିକ ମଜବୁତ କରିବାରେ ପ୍ରମୁଖ ଭୂମିକା ନେବେ ଛାତ୍ର ଓ ଯୁବ ନେତା ସେନେଇ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *