ବ୍ରଜରାଜନଗର ଉପ-ନିର୍ବାଚନରେ BJDର ବାଜିମାତ୍: ବିପୁଳ ଭୋଟରେ ଜିତିଲେ ଅଳକା

Top Storise ରାଜନୀତି ରାଜ୍ୟ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ଅଳକା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଛନ୍ତି ।

ତେବେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି । ଉପନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟରେ ଜିତିଛନ୍ତି ଅଳକା ମହାନ୍ତି । ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନରେ ରହିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *