ତେଜିଲା ମନ୍ତ୍ରୀ ସମୀର ଦାସଙ୍କ ବହିଷ୍କାର ଦାବି, ଘେରିଲେ ବିଜେପି-କଂଗ୍ରେସ

Top Storise ରାଜ୍ୟ

ଭୁବନେଶ୍ୱର: ତୁରନ୍ତ ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ବହିଷ୍କାର କରାଯାଉ। ଏଭଳି ଦାବି କରିଛି ବିଜେପି। ନହେଲେ ତଦନ୍ତ ଠିକ୍ ଭାବେ ହୋଇପାରିବ ନାହିଁ, ଯେହେତୁ ସେ ଜଣେ ମନ୍ତ୍ରୀ। ନିମାପଡା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଏପରି କହିଛି ବିଜେପି।

ଆଜି ରାଜଭବନଙ୍କ ସମ୍ମୁଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ନେତା ଧାରଣା ଦେଇଥିଲେ। ମନ୍ତ୍ରୀ କ୍ୟାବିନେଟରୁ ବହିଷ୍କୃତ ହେଲେ ହିଁ ତଦନ୍ତ ନିରପେକ୍ଷ ହେବ ବୋଲି ନେତାମାନେ କହିଥିଲେ।

ଏହି ମାମଲାରେ ଅଭିଯୁକ୍ତ ନିଜେ ଜଣେ ମନ୍ତ୍ରୀ। ଯେପର୍ଯ୍ୟନ୍ତ ତାଙ୍କୁ କ୍ୟାବିନେଟରୁ ବହିଷ୍କାର କରାଯାଇ ନାହିଁ, ତଦନ୍ତକାରୀ ସଂସ୍ଥା ସଠିକ୍ ତଦନ୍ତ କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମନ୍ତ୍ରୀ ସମୀର ଦାସଙ୍କୁ କ୍ୟାବିନେଟରୁ ବରଖାସ୍ତ କରିବା ଦରକାର। ଏହାପରେ ଯାଇ ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ବିଜେପି କହିଛି।

ସେହିପରି କଂଗ୍ରେସ ପୁରୀ ଜିଲ୍ଲାର ନିମାପଡାରେ ମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନ କରିଛି। ସମୀର ଦାସଙ୍କ କୁଶପୁତ୍ତଳିକା ପୋଡ଼ିବା ସହିତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଦାବି କରିଛି। ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଆହୁରି ଜୋରଦାର କରିବୁ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରବି ସେଠୀ କହିଛନ୍ତି।

ଅନ୍ଯପଟେ ପୋଲିସ ବୁଧବାର ବିନ୍ଦାସ ଚିନୁଙ୍କୁ ପଚରାଉଚରା କରିଥିଲା। ମୃତ ଧର୍ମେନ୍ଦ୍ର ଭାଇରାଲ ଫୋନ୍ କଲରେ ତାଙ୍କ ନାମ ନେଇଥିଲେ। ଏହି ମାମଲାରେ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ମନ୍ତ୍ରୀ ତାଙ୍କ ସମ୍ପର୍କୀୟ ମାମୁଁ । ସେ ମନ୍ତ୍ରୀଙ୍କ ମାଧ୍ୟମରେ ଧର୍ମେନ୍ଦ୍ରଙ୍କ ସହ ଯୋଡ଼ି ହୋଇଥିଲେ। ଧର୍ମେନ୍ଦ୍ରଙ୍କ ପରିବାର ସହିତ ମୋର ସମ୍ପର୍କ ଥିଲା। ତଦନ୍ତରେ ସେ ପୋଲିସକୁ ସହଯୋଗ କରୁଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର 24ରେ ଭୁବନେଶ୍ୱର ବାସଭବନରେ ଧର୍ମେନ୍ଦ୍ର ସାହୁଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା।

Leave a Reply

Your email address will not be published. Required fields are marked *