ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ

Top Storise ରାଜ୍ୟ

ପୁରୀ : ଗଣଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ। ପୁରୀ ଗୋପ ମେଡିକାଲ କଲେଜ ଯିବା ସମୟରେ ବିଜେପି  ତରଫରୁ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ଆଜି ମନ୍ତ୍ରୀ ଗୋପ ମେଡିକାଲ ଚକ୍ଷୁ ବିଭାଗ କେନ୍ଦ୍ର ଉଦଘାଟନ କରିବାକୁ ଯିବା ସମୟରେ ଗୋପ ବଜାରରେ ବିଜେପି ପକ୍ଷରୁ କଳାପତାକ ପ୍ରଦର୍ଶନ କରାଯିବା ସହ ନାରାବାଜୀ କରାଯାଇଥିଲା ।

ମେଡିକାଲ ଚକ୍ଷୁ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରାଜକିଶୋର ନାୟକ, ସୌଦାମିନୀ ସେନାପତି ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଆଲୋକ ବେହେରା ସାଧାରଣ ସଂପାଦକ ବିଜୟ ନାୟକ, କିଶୋର ରାଉତ ,ଶିବ ପ୍ରସାଦ ସ୍ୱାଇଁ, ନିରଞ୍ଜନ ମହାପାତ୍ର, ପ୍ରମୋଦ ପାଇକରାୟ, ଜମ୍ବେଶ୍ବର ସ୍ୱାଇଁ, ମଧୁସୂଦନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *