ଦଳୀୟ କର୍ମୀଙ୍କୁ ଉଠାଇ ନେବାରୁ ଥାନାରେ ବିଜେପି ପକ୍ଷରୁ ଉତ୍ତେଜନା

Top Storise ରାଜ୍ୟ

ନରସିଂହପୁର : ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ପୋଲିସ ବଡମ୍ବା ଥାନା ଅନ୍ତର୍ଗତ ରଚାପାଟ ଗାଁ ରେ ୩ ଜଣ ବିଜେପି କର୍ମୀଙ୍କୁ ଉଠାଇ ଆଣିଛି । ସେମାନେ ହେଉଛନ୍ତି ମନୋଜ ନାୟକ ,ରଞ୍ଜନ ସାମନ୍ତରାୟ, ଲିପୟ ବଳବନ୍ତରାୟ ସିଂ । ବିନା କାରଣରେ ୩ ଜଣ ବିଜେପି କର୍ମୀଙ୍କୁ ନରସିଂହପୁର ପୋଲିସ ଉଠାଇ ଆଣିଥିବା ଅଭିଯୋଗ ଆଣିଛି ବିଜେପି।ଦଳୀୟ କର୍ମୀଙ୍କୁ ଉଠାଇ ନେବାରୁ ଥାନାରେ ବିଜେପି ପକ୍ଷରୁ ଉତ୍ତେଜନା ଦେଖାଦେଇଛି ।

ଗତ ୫ ତାରିଖ ଦିନ ନରସିଂହପୁର କୋର୍ଟ ପରିସରରେ ବିଜେପି ଓ ବିଜେଡି କର୍ମୀଙ୍କ ଗଣ୍ଡଗୋଳ ହୋଇଥିଲା। ୮ ତାରିଖରେ ଏହି ଘଟଣାର ସମାଧାନ କରାଯାଇଥିଲା। ସମାଧାନ ହେବା ପରେ ପୋଲିସ ଜଣଙ୍କୁ ଉଠାଇଆଣିଥିଲା।ଗତ କାଲି ରାତିରେ ଅନ୍ୟ ତିନିଜଣଙ୍କୁ ଉଠାଇଆଣିଥିଲା ଏନେଇ ବିଜେପି କର୍ମୀ ମାନେ ଥାନା ଘେରଉ କରିଥିଲେ।

ପରିସ୍ଥିତି ଅଣଆୟତ୍ତ ହେବାରୁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା । ଅନ୍ୟପଟେ ପୋଲିସ ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତା ହେବା ଫଳରେ ତିନି ଜଣ ପୋଲିସ କର୍ମାଚାରୀ ଆହତ ହୋଇଥିବା ବେଳେ ,ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି। ଅନ୍ୟପଟେ ମହିଳା ପୋଲିସ କର୍ମଚାରୀ ରୀନା ମହାଳିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *