କାଳିଆ ଯୋଜନା: ମିଳିଲା ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତିର ନାଁ ଗନ୍ଧ ନାହିଁ

Top Storise ରାଜ୍ୟ

ଯାଜପୁର: କାଳିଆ ଯୋଜନାରୁ ବଞ୍ଚିତ ହେଲେ ହିତାଧିକାରୀ। ସରକାରୀ ଯୋଜନାର ବାସ୍ତବ ବ୍ୟବସ୍ଥା କିପରି କାର୍ଯ୍ୟକାରୀ ହେଉଛି ତାହାର ଏହା ହେଉଛି ଜ୍ୱଳନ୍ତ ଉଦାହରଣ। ଚାଷୀଙ୍କୁ ମୃତ ଦର୍ଶାଇ କାଳିଆ ଯୋଜନା ତାଲିକାରୁ ନାଁ କାଟିଦିଆଯାଇଛି। ଏହିପରି ଦୃଶ୍ୟ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରୀ ଅଂଗାଲୋ ଅଞ୍ଚଳରେ।

ଅଂଗାଲୋ ଅଞ୍ଚଳର ଚାଷୀ ନିରଞ୍ଜନ ଜେନା କାଳିଆ ଯୋଜନାର ଗୋଟିଏ କିସ୍ତି ଅର୍ଥ ପାଇଥିଲେ। ମାତ୍ର ଏହାପରେ ତାଙ୍କୁ ଆଉ ଦ୍ୱିତୀୟ କିସ୍ତି ମିଳିନଥିଲା। ଏନେଇ ଅନୁସନ୍ଧାନ କଲା ପରେ ସାମ୍ନାକୁ ଆସିଥିଲା ସମ୍ପୂର୍ଣ୍ଣ ତଥ୍ୟ। ପରେ ୱେବ ସାଇଟ୍ରେ ତାଙ୍କୁ ମୃତ୍ୟୁ ଦର୍ଶାଯାଇଥିବା ସେ ଜାଣିବାକୁ ପାଇଥିଲେ। ଯାହା ଫଳରେ ତାଙ୍କୁ ଗୋଟିଏ କିସ୍ତି ପରେ ଆଉ କିସ୍ତି ମିଳିନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ପ୍ରତିବାଦ କରିଛନ୍ତି ନିରଞ୍ଜନ ଜେନା।

ପ୍ରତିବାଦରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ତ୍ରୁଟି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏହାସହ ଯଦି ପ୍ରଶାସନ ତାଙ୍କୁ ଘୋଷଣା କରିଛି ତାହେଲେ ତାଙ୍କ ପତ୍ନୀଙ୍କୁ ତୁରନ୍ତ ବିଧବା ଭତ୍ତା ପ୍ରଦାନ କରିବାକୁ ଦାବି କରି ପ୍ରଶାସନକୁ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *