ବଲିଉଡ୍‌ ନାୟିକାଙ୍କ ନ୍ୟାସନାଲ କ୍ରସ୍‌ ନୀରଜ!

Top Storise ମନୋରଞ୍ଜନ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନିତ୍ବ କରିଥିବା ଆଥ୍‌ଲେଟ୍‌ ନୀରଜ ଚୋପ୍ରାଙ୍କ ନାଁ ଏବେ ପ୍ରତ୍ୟେକ ଗଳି କନ୍ଦିରେ ଶୁଭୁଛି। ୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ ଭାରତୀୟ ସ୍ବର୍ଣ୍ଣ ପଦକ ବିଜେତା। ତେବେ ନୀରଜ ଏବେ ବଲିଉଡ୍‌ ଷ୍ଟାର୍‌ଙ୍କ ନ୍ୟାସନାଲ କ୍ରସ୍‌ ପାଲଟିଯାଇଛନ୍ତି। ଏକଥା ନିଜେ ସ୍ବୀକାର କରିଛନ୍ତି ଅଭିନେତ୍ରୀ କିଆରା ଆଡଭାନୀ।

ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶେରଶାହା’ର ଏକ ପ୍ରମୋସନାଲ୍ ସାକ୍ଷାତକାରରେ ଯେତେବେଳେ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ସେ କିପରି ନ୍ୟାସନାଲ୍‌ ହିରୋ ହେବାରେ ଲାଗିଛନ୍ତି ସେ ବିଷୟରେ ପଚରାଯାଇଥିଲା ସେତେବେଳେ କିଆରା ଏହି ମନ୍ତବ୍ୟ ଦେଇଥିଲେ। କିଆରା କହିଛନ୍ତି, “ମୁଁ ଭାବୁଛି ନୀରଜ ଚୋପ୍ରା କେବଳ ନ୍ୟାସନାଲ୍‌ କ୍ରସ୍ ନୁହଁନ୍ତି ବରଂ ବର୍ତ୍ତମାନ ସେ ୱାର୍ଲଡର କ୍ରସ୍।

Leave a Reply

Your email address will not be published. Required fields are marked *