ମୁମ୍ବାଇ ମନ୍ତ୍ରାଳୟ ଉପରକୁ ବୋମା ମାଡ ଧମକ

Top Storise ଦେଶ- ବିଦେଶ

ପୁଣେ: ସୋମବାର ଦିନ ପୁଣେରେ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ମନ୍ତ୍ରାଳୟରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେବଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଧମକ ଇମେଲ ମାଧ୍ୟମରେ ପଠାଯାଇଥିଲା।

ମୁମ୍ବାଇ ପୋଲିସର ସୂଚନାନୁସାରେ, ଇମେଲ ମାଧ୍ୟମରେ ଧମକ ପାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଧମକ ନକଲି ବୋଲି ଜଣାପଡିଛି।

ଏ ନେଇ ମୁମ୍ବାଇର ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ପୁଣେର ଘୋରପାଣ୍ଡି ଅଞ୍ଚଳରେ ଉକ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ତାଙ୍କୁ ଖୁବ ଶୀଘ୍ର ମୁମ୍ବାଇ ପୋଲିସ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *