ଆସୁଛି ଯୋଗୀଙ୍କ ଫିଲ୍ମ: ବମ୍ବେ ହାଇକୋର୍ଟରୁ ମିଳିଲା ଗ୍ରୀନ ସିଗନାଲ୍

ମନୋରଞ୍ଜନ

ଅଜୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ’ ଫିଲ୍ମ ନିର୍ମାତାଙ୍କୁ ଆଶ୍ୱସ୍ତି । ରିଲିଜ ହେବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ’ ।ସୋମବାର ବମ୍ବେ ହାଇକୋର୍ଟ ଫିଲ୍ମର ରିଲିଜକୁ ମଞ୍ଜୁରୀ ଦେଇଛନ୍ତି ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)ର ଚଳଚ୍ଚିତ୍ରକୁ ପ୍ରମାଣପତ୍ର ପ୍ରଦାନ କରିବାକୁ ମନା କରିବାର ନିଷ୍ପତ୍ତିକୁ ଖାରଜ କରିଛନ୍ତି ।

ଚଳଚ୍ଚିତ୍ର ନେଇ ନିର୍ମାତାମାନଙ୍କ ତରଫରୁ ସେନ୍ସର ବୋର୍ଡ ଉପରେ ଅଭିଯୋଗ ଲଗାଯାଇଥିଲା ଏବଂ ବିଳମ୍ବ ହେଉଥିବା କଥା କୁହାଯାଇଥିଲା। ଏହା ଉପରେ ହାଇକୋର୍ଟ ଶୁଣାଣି କରି ଏବେ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ନିର୍ମାତାଙ୍କ ଆବେଦନକୁ ସଠିକ୍ ବୋଲି ଗ୍ରହଣ କରିଛନ୍ତି ଏବଂ ଏବେ ଏହି ଚଳଚ୍ଚିତ୍ର ରିଲିଜ୍ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ନିର୍ମାତାମାନେ ଆଦେଶର ନକଲ ନେଇ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିବେ।

ଏହି ଚଳଚ୍ଚିତ୍ରଟି “ଦ ମଙ୍କ ହୁ ବିକେମ ଚିଫ୍ ମିନିଷ୍ଟର” ପୁସ୍ତକରୁ ଅନୁପ୍ରାଣିତ । ଅନନ୍ତ ଜୋଶୀ ଏହି ଫିଲ୍ମରେ ଯୋଗୀ ଆଦିତ୍ୟନାଥଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ‘ଅଜୟ’ ନିର୍ଦ୍ଦେଶନା ରବିନ୍ଦ୍ର ଗୌତମ ଦେଇଥିବା ବେଳେ ଏହା ଶାନ୍ତନୁ ଗୁପ୍ତାଙ୍କ ଦ୍ୱାରା ଲିଖିତ । ଅନନ୍ତ ଯୋଶୀଙ୍କ ବ୍ୟତୀତ ଅନ୍ୟାନ୍ୟ କଳାକାରଙ୍କ ମଧ୍ୟରେ ନିରହୁଆ, ପବନ ମାଲହୋତ୍ରା, ରାଜେଶ ଖଟ୍ଟର ଏବଂ ଅନ୍ୟମାନେ ଅଛନ୍ତି । ଫିଲ୍ମର ସଙ୍ଗୀତ ମିତ ବ୍ରଦର୍ସଙ୍କ ଦ୍ୱାରା ରଚିତ ଏବଂ ଏହା ସମ୍ରାଟ ସିନେମାଟିକ୍ସ ବ୍ୟାନରରେ ନିର୍ମିତ ହୋଇଛି ।

Leave a Reply

Your email address will not be published. Required fields are marked *